ଲକ୍ଷ୍ନୌ: ଠାକୁରଗଞ୍ଜର ମୁସାହିବଗଞ୍ଜ ଅଞ୍ଚଳରେ ଘର ନିକଟରେ ଖେଳୁଥିବା ଟିକି ଭାଇଭଉଣୀଙ୍କୁ ୨୦ରୁ ଊର୍ଦ୍ଧ୍ବ ବୁଲା କୁକୁର ଆକ୍ରମଣ କରିବାରୁ ୮ ବର୍ଷିୟ ଭାଇର ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷୀୟ ଭଉଣୀ ସାଙ୍ଘାତିକ ଆହତ ହୋଇଛି।
ଚିକିତ୍ସା ନିମନ୍ତେ ପିଲା ଦୁଇଟାଙ୍କୁ ‘କେଜିଏମ୍ୟୁ’ର ‘ଟ୍ରମା ସେଣ୍ଟର୍’କୁ ନିଆଯାଇଥିଲା, କିନ୍ତୁ ସେଠାରେ ୮ ବର୍ଷିୟ ଭାଇ ମହମଦ୍ ହାଇଦର୍ଙ୍କର ମୃତ୍ୟୁ ଘଟିଥିଲା। ତା’ର ୫ ବର୍ଷୀୟ ଭଉଣୀ ଜନ୍ନତ୍ ସଙ୍କଟାପନ୍ନ ଅବସ୍ଥାରେ ‘ଆଇସିୟୁ’ରେ ଚିକିତ୍ସାଧୀନା ଅଛି।
Image Courtesy of The Times of Indiaମୃତ ବାଳକର ପିତାମାତା ସହରର ମହାନଗର ନିଗମ ବିରୋଧରେ ଅଭିଯୋଗ କରି କହିଛନ୍ତି, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବୁଲା କୁକୁର ବିପଜ୍ଜନକ ବୋଲି ଥରକୁ ଥର ଅଭିଯୋଗ କରିବା ସତ୍ତ୍ବେ ‘ଲକ୍ଷ୍ନୌ ମହାନଗର ନିଗମ’ କୌଣସି ପଦକ୍ଷେପ ନେବା ପାଇଁ ତତ୍ପରତା ଦେଖାଇଲା ନାହିଁ।
କୁକୁରମାନଙ୍କର ବନ୍ଧ୍ୟାକରଣ ନିମନ୍ତେ ସେମାନେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ, ‘ଏନ୍ଜିଓ’ମାନେ ବିରୋଧ କରୁଥିବାରୁ କୁକୁର ଧରାଯାଇ ପାରିବ ନାହିଁ ବୋଲି ‘ଲକ୍ଷ୍ନୌ ମହାନଗର ନିଗମ’ କହିଥିଲା।
୬ ନମ୍ବର ମହାନଗର ନିଗମ ଜୋନ୍ ଏବଂ ଅନ୍ୟମାନଙ୍କ ବିରୋଧରେ କୁକୁର ଆକ୍ରମଣର ଶିକାର ହୋଇଥିବା ଦୁଇ ପିଲାଙ୍କ ବାପା ଠାକୁରଗଞ୍ଜ ଥାନାରେ ଅଭିଯୋଗ ଦାଏର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/dogs.jpg)