ପେରୁରେ ଲଗାଣ ବର୍ଷା ପରେ ଭୁସ୍ଖଳନ; ୩୬ ଜଣଙ୍କ ମୃତ୍ୟୁ

ପେରୁ: ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଅନେକ ଧନଜୀବନ ପ୍ରଭାବିତ ହୋଇଛି। ଲଗାତର ବର୍ଷା ହେତୁ ଭୁସ୍ଖଳନ ଘଟି ଏବେ ସୁଦ୍ଧା ବିଭିନ୍ନ ଗ୍ରାମରୁ ୩୬ ଜଣଙ୍କ ଜୀବନ ଯାଇସାରିଲାଣି।

ଗଣମାଧ୍ୟମ ସଂସ୍ଥା ଏପିରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ମୃତକମାନଙ୍କ ମଧ୍ୟରୁ ୫ ଜଣ ଏକ ଭ୍ୟାନ୍‌ ଯୋଗ‌େ ଯାତ୍ରା କରୁଥିଲେ। ବର୍ଷା ଯୋଗୁ  କାଦୁଅରେ ଉକ୍ତ ଗାଡ଼ିର ଚକା ଖସିଯିବାରୁ ସେମାନେ ଯାଉଥିବା ଗାଡ଼ିଟି ନଦୀ ଭିତରକୁ ପଶି ଯାଇଥିଲା। ଫଳରେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିବା ପରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା।

କାମାନା ପ୍ରଦେଶର ମାରିଆନୋ ନିକୋଲ୍ସ ଭାଲର୍ସେଲ ମୁନିସିପାଲିଟିର ଜଣେ ଅଧିକାରୀ ୱିଲ୍‌ସନ ଗୁଟିରେଜ କହିଛନ୍ତି, ‘ମିକ୍ସି ନାମକ ଏକ ଦୁର୍ଗମ ଅଞ୍ଚଳରୁ ଏବେ ସୁଦ୍ଧା ୩୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।’

ଭ୍ୟାନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାସ୍ତାରେ ଖୁବ୍ ଅଧିକ ଅଳିଆ ଆବର୍ଜନା ଗଦା ହୋଇ ଯାଇଥିବାରୁ ତାହାକୁ ସଫା କରିବାକୁ ପୂର୍ବରୁ ଜଣେ ସ୍ଥାନୀୟ ଅଧିକାରୀ ମଧ୍ୟ ଆବେଦନ କରିଥିଲେ। ତେବେ ଏହି ଭୁସ୍ଖଳନ ହେତୁ ପୋଲ ଓ କେନାଲ ବି ପ୍ରଭାବିତ ହୋଇଛି।

‌ପେରୁରେ ଏହି ଫେବ୍ରୁଆରି ମାସରେ ହିଁ ଲଗାଣ ବର୍ଷା ହୋଇଥାଏ, ଯାହାକି ଅନେକ ଧନଜୀବନକୁ ପ୍ରଭାବିତ କରିଥାଏ।

ସମ୍ବନ୍ଧିତ ଖବର