ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇବାକୁ ଲାଗୁଛି ଅସମ୍ଭାଳ ଭିଡ । ସେ ବସନ୍ତ ପଞ୍ଚମୀ କୁହନ୍ତୁ କି ପୁଷ ପୂର୍ଣ୍ଣିମା, ଅବା ମୌନୀ ଅମାବାସ୍ୟା... ସଙ୍ଗମରେ ବୁଡ ପକାଇବାକୁ ଲାଗୁଛି ଗହଳି । ଲୋକଙ୍କ ସମାଗମ ଏତେ ହେଉଛି ଲାଗିଛି ସଂଗମ ସ୍ଥଳ ଆଡକୁ ମାଡିଯାଉଛି ଜନ ସମୁଦ୍ର । ଆସନ୍ତାକାଲି ମାଘ ପୂର୍ଣ୍ଣିମା ଥିବାରୁ ସଂଗମରେ ପବିତ୍ର ସ୍ନାନ ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସବୁ ଘାଟରେ ବୁଡ ପାଇଁ ଭିଡ ଲାଗିଛି । ତ୍ରିବେଣୀ ସଙ୍ଗମରେ ସାଧୁ, ସନ୍ଥ, ମହାତ୍ମା, ବାବାଙ୍କ ସହ ଅନେକ ଭକ୍ତ ବୁଡ ପକାଉଛନ୍ତି । 

Advertisment

ତେବେ ଅମୃତ ସ୍ନାନ କରିବାକୁ ଅଧିକ ଗହଳି ହେଉଥିବା ବେଳେ ବର୍ତ୍ତମାନ ଯାଏଁ ପ୍ରାୟ ୪୩ କୋଟିରୁ ଅଧିକ ଭକ୍ତ ମହାକୁମ୍ଭରେ ପବିତ୍ର ବୁଡ ପକାଇ ସାରିଲେଣି ବୋଲି ଆକଳନ କରାଯାଇଛି । ଖାଲି ଆଜିର ଦିନରେ ଅର୍ଥାତ ସକାଳ ୧୦ଟା ସୁଦ୍ଧା ୪୨ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଥିବା ରିପୋର୍ଟ କହୁଛି । 

ସେପଟେ ଏଥର ମହାକୁମ୍ଭରେ ବୁଡପକାଇବା ଘଟଣା ଇତିହାସ ରଚିବ । କାରଣ ବର୍ତ୍ତମାନ ସୁଦ୍ଧା ୪୩ କୋଟିରୁ ଅଧିକ ଲୋକ ପବିତ୍ର ବୁଡ ପକାଇ ସାରିଥିବା ବେଳେ ଯେଉଁଭଳି ଭିଡ ହେଉଛି ତାକୁ ଦୃଷ୍ଟିରେ ରଖି କୁହାଯାଉଛି କି ଏହି ସଂଖ୍ୟା ୫୦ କୋଟି ପାର୍ କରିବ ବୋଲି । କାରଣ ମହାଶିବରାତ୍ରୀରେ ମହାକୁମ୍ଭ ସରିବାକୁ ଥିବା ବେଳେ ହାତରେ ଆହୁରି ୧୫ ଦିନ ବାକି ରହିଲାଣି । ଯଦି ଭିଡ ଏମିତି ହେବ ତାହାଲେ ଆଗାମୀ ୧୫ ଦିନରେ ୫୦ କୋଟି ନୁହେଁ ତାଠୁ ଅଧିକ ପାର୍ ହେ୬ବ ବୋଲି ଆକଳନ କରାଯାଉଛି ।