ମୁମ୍ବାଇ: ପଙ୍କଚର ହେଲା ୫୦ରୁ ଅଧିକ କାର୍। ଡିସେମ୍ବର ୨୯ରେ ମୁମ୍ବାଇ-ନାଗପୁର ସମୃଦ୍ଧି ହାଇୱେରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଜଣାପଡ଼ିଛି। କାର୍ ସମେତ କିଛି ଟ୍ରକ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସିରହିଥିଲା ବୋଲି ଜଣାଯାଇଛି। ରାସ୍ତାରେ ପଡ଼ିଥିବା ଏକ ଲୁହା ପଟା ପାଇଁ ଏକାଧିକ କାର୍ ପଙ୍କଚର୍ ହୋଇଥିବା ଜଣାଯାଇଛି।
ସୂଚନା ମୁତାବକ, ଏହି ଘଟଣାଟି ଡିସେମ୍ବର ୨୯ ତାରିଖ ରାତି ପ୍ରାୟ ୧୦ଟାରେ ୱଶିମ ଜିଲ୍ଲାର ମାଲେଗାଓଁ ଏବଂ ବନୋଜା ଟୋଲ୍ ପ୍ଲାଜା ମଧ୍ୟରେ ଘଟିଥିଲା। ଏହା ଦ୍ବାରା ଚାରିଚକିଆ ଯାନ ଏବଂ ମାଲବାହୀ ଟ୍ରକଗୁଡ଼ିକୁ ପ୍ରଭାବିତ ହୋଇଥିଲେ। ଏକା ସାଙ୍ଗରେ ଏକାଧିକ ଗାଡ଼ି ପଙ୍କଚର୍ ହେବାରୁ ରାଜପଥରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା। ଏହା ବ୍ୟତୀତ, ଦୀର୍ଘ ସମୟ ଧରି କୌଣସି ସହାୟତା ନପହଞ୍ଚିବାରୁ ଯାତ୍ରୀମାନେ ରାତିସାରା ରାଜପଥରେ ଫସି ରହିଥିଲେ। ଲୁହା ପଟାଟି ଦୁର୍ଘଟଣାବଶତଃ ପଡ଼ିଥିଲା ନା ଜାଣିଶୁଣି କେହି ଏହାକୁ ଫିଙ୍ଗିଥିଲା ତାହା ଜାଣିବା ପାଇଁ ତଦନ୍ତ କରୁଛି ପୁଲିସ।
ଏହି ଘଟଣା ଏପରି ସମୟରେ ଘଟିଛି ଯେଉଁ ସମୟରେ 'ହାଇ-ସ୍ପିଡ୍ କରିଡର'ର ସୁରକ୍ଷା ପ୍ରଶ୍ନ ଘେରରେ ରହିଛି। ଜୁନ୍ ମାସରେ, ଜାଲନା ଜିଲ୍ଲାର କଡୱାଞ୍ଚି ଗ୍ରାମ ନିକଟରେ ଥିବା ସମୃଦ୍ଧି ରାଜପଥରେ ଦୁଇଟି କାର ମଧ୍ୟରେ ଧକ୍କା ହୋଇଥିଲା। ଏହା ଫଳରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଚାରି ଜଣ ଆହତ ହୋଇଥିଲେ।।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/31/fSOHBU0MIqs6l1pjCYZP.jpg)