କେରଳ : ଭୁଷୁଡିଲା ଷ୍ଟାଡିୟମ ଗ୍ୟାଲେରି, ୫୦ ଦର୍ଶକ ଆହତ

କେରଳ : କେରଳର ପାଲାକାଡରେ ଷ୍ଟାଡିୟମ ଗ୍ୟାଲେରି ଭୁଷୁଡି ପଡିବାରୁ ୫୦ ଜଣ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ୍‌ ଦେଖୁଥିବା ବେଳେ ହଠାତ୍‌ ଷ୍ଟାଡିୟମର ଗ୍ୟାଲେରି ଭୁଷୁଡି ପଡିଥିଲା। ଫଳରେ ୫୦ ଜଣ ଦର୍ଶକ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର