ନୂଆଦିଲ୍ଲୀ: ଚୀନରୁ ବାହାରିଥିବା ମହାମାରୀ କରୋନା ଭାଇରସ୍ ସମଗ୍ର ବିଶ୍ବର ବୈଜ୍ଞାନିକଙ୍କ ନିଦ ହଜାଇଛି। ପୃଥିବୀ ସାରା ହଜାର ହଜାର ଗବେଷକ ନିଜ ନିଜର ସମସ୍ତ ସମୟ ଲଗାଇ କରୋନା ଭାଇରସ୍ ଉପରେ ଗବେଷଣା କରିବାରେ ଲାଗି ପଡ଼ିଛନ୍ତି। ଗବେଷକମାନେ ନିଜର ଜ୍ଞାନ କୌଶଳ ଲଗାଇ କରୋନା ଭାଇରସ୍କୁ ରୋକିବା ପାଇଁ ଲାଗି ଉଦ୍ୟମରତ।
ଆପଣ ଜାଣିଲେ ଆଶ୍ବର୍ଯ୍ୟ ହେବେ ଯେ ପୂରା ଭାରତରେ ସମୁଦାୟ ୬୦୦ କ୍ଲିନିକାଲ୍ ଷ୍ଟଡି କରୋନା ଭାଇରସ୍ ଉପରେ ଆରମ୍ଭ ହୋଇଛି। ସପ୍ତାହକୁ ଥରେ ଗବେଷକମାନେ ସେମାନଙ୍କ ତଥ୍ୟ ପ୍ରଦାନ କରୁଛନ୍ତି।
ପୂରା ବିଶ୍ବରେ ସମୁଦାୟ ୩ ଲକ୍ଷ କ୍ଲିନିକାଲ୍ ଷ୍ଟଡି ହେଉଥିବା ବେଳେ କେବଳ କରୋନା ପାଇଁ ୬୫୭ ହେଉଥିବା ସୂଚନା ରହିଛି। ଦିନକୁ ଦିନ ଗବେଷଣାର ମାତ୍ର ବଢୁଥିବାର ସୂଚନା ରହିଛି।
ସବୁଠାରୁ ଅଧିକ ଗବେଷଣା ଚାଲିଛି ଆମେରିକାରେ। ଏଠାରେ ସର୍ବାଧିକ ୧୨୬ କ୍ଲିନିକାଲ୍ ଷ୍ଟଡି ହେଉଥିବା ସୂଚନା ରହିଛି। ତେବେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ। କରୋନାର ଜନ୍ମଦାତ୍ରୀ ଚୀନରେ ୯୬ଟି କ୍ଲିନିକାଲ୍ ଷ୍ଟଡି ଚାଲିଥିବା ସୂଚନା ରହିଛି।
ତୃତୀୟରେ ୟୁରୋପ ରହିଥିବା ବେଳେ ୪ର୍ଥରେ ରହିଛି ଭାରତ। ୟୁରୋପୀୟ ଦେଶଗୁଡ଼ିକରେ ସମୁଦାୟ ୨୦୯ଟି କ୍ଲିନିକାଲ୍ ଷ୍ଟଡି ହେଉଥିବା ବେଳେ ଭାରତ ଜାପାନ ଓ ଅଷ୍ଟ୍ରେଲିଆ ସହ ମିଶି ୪ଟା କ୍ଲିନିକାଲ୍ ଷ୍ଟଡି କରୁଥିବା ସୂଚନା ରହିଛି।