ଗତ ୩ ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ୭୦୦ରୁ ଅଧିକ ଆତଙ୍କବାଦୀ ନିପାତ କରିଛି ସେନା

ନୂଆଦିଲ୍ଲୀ : ଗତ ୩ ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ମୋଟ ପ୍ରାୟ ୭୦୦ ଜଣ ଆତଙ୍କବାଦୀ ସେନା ଓ ସୁରକ୍ଷାବଳ ହାତରେ ପ୍ରାଣ ହରାଇଛନ୍ତି ବୋଲି ଗୃହମନ୍ତ୍ରାଳୟ ପ୍ରକାଶ କରିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନା ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଜୁନ ୧୬ ସୁଦ୍ଧା ମୋଟ ୧୧୩ ଜଣ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ଗତ ବର୍ଷ ଅର୍ଥାତ ୨୦୧୮ରେ ସେନା ୨୫୭ ଆତଙ୍କବାଦୀଙ୍କ ନିପାତ କରିଥିଲା । ସେହିପରି ୨୦୧୭ରେ ୨୧୩ ଜଣ ଓ ୨୦୧୬ରେ ୧୫୦ ଜଣ ଆତଙ୍କବାଦୀ ସେନା ହାତରେ ପ୍ରାଣ ହରାଇଥିଲେ ।
ତେବେ ଚଳିତ ବର୍ଷ ଏହି ସଂଖ୍ୟା ଆାହୁରି ବଢିବାର ସମ୍ଭାବନା ରହିଛି । ଅମିତ ଶାହା ଗୃହମନ୍ତ୍ରୀ ହେବା ପରେ ୧୦ ଜଣ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।ଏହି ତାଲିକାରେ ଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରିଆଜ ନାଇକୋ, ଲସ୍କର-ଇ-ତୋଇବାର ଡିଷ୍ଟ୍ରିକ୍ଟ କମାଣ୍ଡର ଓ୍ଵାସିମ ଅହମ୍ମଦ ଓରଫ ଓସାମା ଓହିଜବୁଲର ଅସରଫ ମୌଲବୀ । ଏହି ତାଲିକାରେ ଥିବା ଆଉ କେତେକ ଆତଙ୍କବାଦୀ ହେଲେ ହିଜବୁଲର ମେହରାଜୁଦ୍ଦିନ, ଡଃ ସଇଫୁଲିଲା ମୀର, ହିଜବୁଲର ଅସ୍ରଫ ଉଲ ହକ, ଜୈସ-ଇ-ମହମ୍ମଦର ହାଫିଜ ଓମାର ଓ ଜାହିଦ ଶେଖ । ଏମାନଙ୍କୁ ଖୋଜି ଖୋଜି ନିପାତ କରାଯିବ ।

ସମ୍ବନ୍ଧିତ ଖବର