ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସ ବର୍ଗରେ ୭୫ ପ୍ରତିଶତରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇ ସାରିଲାଣି ବୋଲି ବୁଧବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିିଛନ୍ତି।
ଭାରତରେ ଏହି ବୟସ ବର୍ଗ ମଧ୍ୟରେ ମୋଟ ୫,୫୫,୮୦,୮୭୨ ଜଣ ପ୍ରଥମ ଡୋଜ୍ କୋଭିଡ୍ ଟିକା ଏବଂ ୩,୨୦,୩୪,୩୯୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇ ସାରିଲାଣି ବୋଲି ବୁଧବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଯୁବକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆମର ଯୁବ ଯୋଦ୍ଧାମାନଙ୍କ ମୁଁ ପାଇଁ ଗର୍ବିତ। ୧୫-୧୮ ବୟସ ବର୍ଗରେ ୭୫ ପ୍ରତିଶତରୁ ଅଧିକ ଯୁବକ ଗୋଷ୍ଠୀକୁ ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ମିଳିଛି। ଏ କ୍ଷେତ୍ରରେ ୟଙ୍ଗ ଇଣ୍ଡିଆରୁ ବ୍ୟାପକ ଅଂଶଗ୍ରହଣ ଯଥେଷ୍ଟ ରହିଛି ଏବଂ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ବୁଧବାର ସକାଳ ସୁଦ୍ଧା ଦେଶର ସର୍ବମୋଟ କୋଭିଡ୍ ଟିକାକରଣ କଭରେଜ୍ ୧୭୯.୩୩ କୋଟିରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/B3-1.jpg)