ବେଙ୍ଗାଲୁରୁ ଆପାର୍ଟମେଣ୍ଟ୍ରୁ ମିଳିଲା ୯୦୦୦ରୁ ଊର୍ଦ୍ଧ୍ୱ ଭୋଟର୍ ପରିଚୟ ପତ୍ର: ତଦନ୍ତାଦେଶ ଦେଲେ ନିର୍ବାଚନ କମିସନ୍
ବେଙ୍ଗାଲୁରୁ: ସ୍ଥାନୀୟ ଜଳହଲ୍ଲୀ ଅଞ୍ଚଳର ଗୋଟିଏ ଆପାର୍ଟମେଣ୍ଟ୍ରୁ ୯୦୦୦ ରୁ ଊର୍ଦ୍ଧ୍ୱ ଭୋଟର୍ ପରିଚୟ ପତ୍ର ଏବଂ କାଉଣ୍ଟର୍ ଫଏଲ୍ ମିଳିବା ଘଟଣାର ତଦନ୍ତ ପାଇଁ ଭାରତୀୟ ନିର୍ବାଚନ କମିସନ୍ ଏଫ୍ଆଇଆର୍ ଦେଇଛି। ଆସନ୍ତା ମେ ୧୨ ତାରିଖ ଦିନ ନିର୍ବାଚନ ଥିବାରୁ ଏ ଘଟଣା ଶାସକ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ଆଶଙ୍କା ଉପୁଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଞ୍ଜୁଳା ନଞ୍ଜମୁରି ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏହି ଫ୍ଲାଟ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୀବ କୁମାର ନିଜେ ଯାଇଥିଲେ। ପ୍ରାଥମିକ ତଦନ୍ତରୁ ଏଗୁଡ଼ି ପ୍ରକୃତ ନିର୍ବାଚନ ପରିଚୟ ପତ୍ର ବୋଲି ଜଣାପଡ଼ିଛି।
ଆପାର୍ଟମେଣ୍ଟ୍ରେ ଚଢ଼ାଉ ସମୟରେ ସେଠାରୁ ଗୋଟାଏ ପ୍ରିଣ୍ଟର୍ ଏବଂ ଦୁଇଟି ବିରାଟ ଷ୍ଟିଲ୍ ବାକ୍ସ୍ ଏବଂ କାଉଣ୍ଟର୍ ଫଏଲ୍ ଷ୍ଟ୍ରାଇପ୍ ମଧ୍ୟ ମଳିଛି।
ଏହି ଘଟଣାର ଅଧିକ ତଦନ୍ତ କରାଯିବ। ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବେ ନିର୍ବାଚନ କମିସନର୍।
ଏତେ ସଂଖ୍ୟକ ଭୋଟର୍ ପରିଚୟ ପତ୍ର ଜବତ୍ ହେବା ପରେ ଏଥିପାଇଁ କଂଗ୍ରେସ ଓ ବିଜେପି ପରସ୍ପର ମଧ୍ୟରେ ଦୋଷାରୋପ କରିଛନ୍ତି।