୪ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା

ନୂଆଦିଲ୍ଲୀ: ୨୦୧୪ ଜୁନ ମାସରୁ ୨୦୧୮ ମସିହା ଅକ୍ଟୋବର ମାସ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୨ ହଜର ୨୧ କୋଟି ଟଙ୍କା। ୨୦୧୪ ମସିହା ଜୁନ ୧୫ ତାରିଖରୁ ୨୦୧୮ ମସିହା ଡିସେମ୍ବର ୩ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୮ ଥରରେ ୫୫ଟି ରାଷ୍ଟ୍ରକୁ ଗସ୍ତ କରିଛନ୍ତି। ସରକାରୀ ଭାବେ ଏହି ସୂଚନା ମିଳିଛି। ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି ଯେ ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ଯେଉଁସବୁ ବିଦେଶୀ ରାଷ୍ଟ୍ରକୁ ଗସ୍ତ କରିଛନ୍ତି, ସେ ସବୁ ଦେଶରୁ ଭାରତରେ ବୈଦିଶିକ ପୁଞ୍ଜି ବିନିଯୋଗର ପରିମାଣ ବୃଦ୍ଧି ପାଇଛି।

ଶ୍ରୀ ସିଂହ କହିଛନ୍ତି ଯେ ୨୦୧୪ ମସିହାରେ ଏଫଡିଆଇ ପରିମାଣ ୩୦,୯୩୦.୫ ମିଲିୟନ ଡଲାରଥିବା ବେଳେ ୨୦୧୭ ସୁଦ୍ଧା ଏହା ୪୩୪୭୮.୨୭ ମିଲିୟନ ଡଲାରକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ପାଇଁ ବିମାନଭଡ଼ା ୨ହଜାର ୨୧ କୋଟି ଟଙ୍କା ହୋଇଥିବା ବେଳେ ଉପା-୨ ସରକାର ଅମଳରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଦେଶଗସ୍ତ ପାଇଁ ୧ହଜାର ୩୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।


ମିଳିଥିବା ତଥ୍ୟ ଅନୁଯାୟୀ, ୧୫୮୩.୧୮ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯାଇଛି। ସେହିପରି ଚାର୍ଟର ଫ୍ଲାଇଟ୍‌ ପାଇଁ ୪୨୯.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।ସେହିପରି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ସହିତ କଥାବାର୍ତ୍ତା ପାଇଁ ହଟ୍‌୍‌ ଲାଇନ୍‌ ବାବଦରେ ୯.୧୧ କୋଟି ଟଙ୍କା ଖର୍ଚ୍ଚର୍ କରାଯାଇଛି।

ସମ୍ବନ୍ଧିତ ଖବର