ଆଉ ମିଳିବନି ଓଭରଟାଇମ୍‌ ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କୁ ମିଳୁଥିବା ଓଭରଟାଇମ ଭତ୍ତା ବନ୍ଦ ହୋଇଯିବ। ତେବେ କର୍ମ ସମ୍ପାଦନା କର୍ମଚାରୀ ବା ଅପରେସନାଲ କର୍ମଚାରୀ ଏବଂ ସରକାରଙ୍କ ଅଧୀନସ୍ଥ ଶିଳ୍ପ ସଂସ୍ଥାର କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଜଣାପଡ଼ିଛି। ଆଜି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ସପ୍ତମ ବେତନ କମିସନଙ୍କ ସୁପାରିସ୍‌ ଅଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କର୍ମଚାରୀମାନେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାର୍ଯ୍ୟକଲେ ସେମାନଙ୍କୁ ଆଉ ଅତିରିକ୍ତ ଭତ୍ତା ଦେବାର କୌଣସି ଆବଶ୍ୟକତା ନଥିବା ସପ୍ତମ ବେତନ କମିସନ ତାଙ୍କ ସୁପାରିସରେ ଉଲ୍ଳେଖ କରିଛନ୍ତି।

ସମ୍ବନ୍ଧିତ ଖବର