ନୂଆଦିଲ୍ଲୀ: ଲଗାତାର ୨ ଦିନ ଧରି ଦେଶରେ ସଂକ୍ରମଣ ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୩,୩୭୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୭୨,୧୭୬ରେ ପହଞ୍ଚିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୫,୨୩,୭୫୩ରେ ପହଞ୍ଚିଛି। ଦେଶରେ ଆଜି ସକ୍ରିୟ ମାମଲା ୧୭ ହଜାର ଟପିଯାଇଛି। ୮୨୧ ନୂଆ ସକ୍ରିୟ ମାମଲା ସହ ଦେଶରେ ମୋଟ୍ ସକ୍ରିୟ ସଂଖ୍ୟା ୧୭,୮୦୧ ରହିଛି । ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨,୪୯୬ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୨୫,୩୦,୬୨୨ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ୍ ହାର ୦.୭୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୬୩ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୪,୭୩,୬୩୫ କରୋନା ଟେଷ୍ଟ୍ ହେବା ସହ ମୋଟ୍ ଟେଷ୍ଟିଂ ୮୩.୬୯ କୋଟି ଟପିଯାଇଛି। ଦେଶରେ ମୋଟ୍ ଟିକାକରଣ ୧୮୮.୬୫ କୋଟି ପହଞ୍ଚିଛି।
ଲଗାତାର ୨ଦିନ ଧରି ସଂକ୍ରମଣ ୩ହଜାର ଉପରେ: ସକ୍ରିୟ ମାମଲା ୧୭ ହଜାର ଟପିଲା
/sambad/media/post_attachments/wp-content/uploads/2022/04/corona-china.jpg)