ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚରେ ଏ ପର୍ଯ୍ୟନ୍ତ ୪୯ଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଛି। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୪୩ଟି ମାମଲରେ ରାୟ ପ୍ରକାଶ ପାଇସାରିଛି ବୋଲି ଆଜି କମିସନଙ୍କ ପକ୍ଷରୁ କୁହାଯାଇଛି । ଡେପୁଟି ନିର୍ବାଚନ କମିସନର ସନ୍ଦୀପ ସକ୍ସେନା କହିଛନ୍ତି ଯେ ୨୮ଟି ଅଭିଯୋଗ ସାବ୍ୟସ୍ତ ହୋଇଥିବା ବେଳେ ସେ କ୍ଷେତ୍ରରେ ଚେତାବନୀ ଜାରି ସହ କଟକଣା ଆଦି ଲାଗୁ ହୋଇଛି। କେତେକ ମାମଲାରେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ ହୋଇଛି ବୋଲି ସେ କହିଛନ୍ତି।
ଆଚରଣ ବିଧି ଉଲ୍ଲଂଘନ ମାମଲା:୪୯ରୁ ୪୩ ମାମଲାରେ ରାୟ ପ୍ରକାଶ
/sambad/media/post_attachments/wp-content/uploads/2019/05/election-commission-of-india_650x400_61513230434.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)