‘ପଦ୍ମାବତୀ’ ଚଳଚ୍ଚିତ୍ର ଉପରେ ନିଷେଦ୍ଧାଦେଶ ଜାରି କଲେ ମଧ୍ୟପ୍ରଦେଶ ସରକାର

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ଦୀର୍ଘ ଦିନ ବିବାଦ ଲାଗି ରହିବା ପରେ ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ରାଜ୍ୟରେ ଚଳଚ୍ଚିତ୍ରଟି ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି। ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ପୂର୍ବରୁ ରାଜପୁତ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚୌହ୍ଵାରନଙ୍କୁ ନିବେଦନ କରାଯାଇଥିଲା। ଚଳଚ୍ଚିତ୍ରଟିକୁ ନିର୍ଦ୍ଧାରିତ ତାରିଖରେ ତାଙ୍କ ରାଜ୍ୟରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚୌହ୍ଵାନ ଗଣମାଧ୍ୟମରେ କହିଥିଲେ।

‘ପଦ୍ମାବତୀ’ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୁଞ୍ଚିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଡିସେମ୍ବର ୧ ତାରିଖରେ ଏହି ଚଳଚ୍ଚତ୍ରଟି ମୁକ୍ତଲାଭ କରିବାର ଥିଲା।

ଏହାବ୍ୟତୀତ ସେନ୍‌ସର୍‌ ବୋର୍ଡର ମୁଖ୍ୟ ପ୍ରସୂନ ଜୋଶୀ ଚଳଚ୍ଚିତ୍ରଟିକୁ ସାର୍ଟିଫିକେଟ ମିଳିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ୍‌ରେ ବିଜ୍ଞାପନ ଦେଇଥିବାରୁ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କ ଉପରେ ପ୍ରବଳ ବର୍ଷିିଥିଲେ। ଚଳଚ୍ଚିତ୍ରର ପ୍ରମାଣନ ପାଇଁ ଦିଆଯାଇଥିବା ଦରଖାନ୍ତ ଅସଂପୂର୍ଣ୍ଣ ଥିବାରୁ ପ୍ରମାଣନ ପ୍ରକ୍ରିୟା ଆରମ୍ଭ ହୋଇ ପାରିବ ନାହିଁ ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର