ଲକ୍ଷ୍ମୌ: ଲକ୍ଡାଉନ୍ ସମୟରେ ଅନେକ ଲୋକଙ୍କ ରୋଜଗାର ଠପ୍ ହୋଇଯାଇଥିବା ବେଳେ କେହି କେହି ନିଜର ଜୀବିକା ମଧ୍ୟ ହରାଇଛନ୍ତି। ବର୍ତ୍ତମାନ ସମୟରେ ଲକ୍ଡାଉନ୍କୁ କୋହଳ କରାଯାଇ ଅନ୍ଲକ୍-୩ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଉଠା ବିକାଳିମାନେ ଦୁଇପଇସା ରୋଜଗାର କରିବା ପାଇଁ ରାସ୍ତାକୁ ଚାଲି ଆସିଛନ୍ତି।
ଏମିତି ଜଣେ ବିକାଳି ସନ୍ଧ୍ୟା ୫ଟା ପରେ ଅନ୍ଲକ୍-୩ ନିୟମ ଲାଗୁ ହୋଇଯାଇଥିବା ସତ୍ତ୍ୱେ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇ ମକା ବିକ୍ରି କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଡ୍ୟୁଟିରେ ଥିବା ପୁଲିସ ସବ୍-ଇନ୍ସପେକ୍ଟର ବରୁଣ କୁମାର ଶାହାସି ଉକ୍ତ ବିକାଳିଙ୍କ ଠେଲାରୁ ମକାକୁ ଫିଙ୍ଗି ଦେବା ସହିତ ଶେଷରେ ଠେଲାକୁ ରାସ୍ତାରେ ଓଲଟାଇ ଦେଇଥିଲେ। ଫଳରେ ଗରିବ ବିକାଳିଙ୍କ ଅନେକ ମକା ନଷ୍ଟ ହୋଇ ଯାଇଥିଲା।
सुनो दारोगा जी, जिस तरह तुमने गरीब का ठेला पलटा है. उसी के टैक्स से तुम्हे पगार मिलती है. उसी के पैसे से तुम्हारा घर चलता है इसी गरीब के पैसे से तुम्हारा बच्चा पलता है. इसी के टैक्स के पैसे से मौज करते हो. लोकतंत्र है याद रखना जब जनता तुम्हारा ठेला पलटेगी तो बनारस में रोते घूमोगे pic.twitter.com/mVD19KBbZs
— Brajesh Misra (@brajeshlive) August 10, 2020
ରାସ୍ତାପାର୍ଶ୍ୱରେ ଛିଡା ହୋଇ ମକା ବିକ୍ରି କରୁଥିବା ବିକାଳିଙ୍କ ଉପରେ ପୁଲିସର ଏଭଳି ବର୍ବର ଆଚରଣ ବାରାଣସୀର ଶିବପୁର ଅଞ୍ଚଳରେ ଘଟିଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ ସଂପୃକ୍ତ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ପୁଲିସ ବିଭାଗ ପକ୍ଷରୁ ସଂପୃକ୍ତ ମକା ବିକାଳିଙ୍କୁ କ୍ଷମା ମଗାଯାଇଛି। ଏଥିସହି ଗରିବ ବିକାଳିଙ୍କୁ ତାଙ୍କ କ୍ଷତି ପୂରଣ ବାବଦରେ ଅର୍ଥ ରାଶି ମଧ୍ୟ ସାହାଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Untitled-1-copy-9.jpg)