ହସ୍ପିଟାଲ୍‌ର ଦୁର୍ଦ୍ଦଶା ବଖାଣି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଲେ ଡାକ୍ତର, ସେୟାର୍‌ କଲେ ଭିଡିଓ

ମୁମ୍ବାଇ: କରୋନା ଭାଇରସ୍‌ ହେତୁ ସାରା ବିଶ୍ବବାସୀ ଆତଙ୍କିତ ଗ୍ରସ୍ତ ଅବସ୍ଥାରେ ଥିବାବେଳେ ଭାରତର ମୁମ୍ବାଇ ମହାନଗରୀ ପାଲଟିଛି କରୋନା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା କିଛି ମହାନଗରୀରୁ ମଧ୍ୟରୁ ଅନ୍ୟତମ। ଦିନକୁ ଦିନ ମୁମ୍ବାଇରେ କରୋନା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ଏବେ ଡାକ୍ତରମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏପରି ସମସ୍ୟାର ସମ୍ମୁଖୀନ ହେବା ପରେ ମୁମ୍ବାଇର କିଙ୍ଗ୍‌ ଏଡ୍‌ୱାର୍ଡ ମେମୋରିଆଲ୍‌(କେଇଏମ୍‌) ହସ୍ପିଟାଲ୍‌ର ରେସିଡେଣ୍ଟ୍‌ ଡକ୍ଟର୍ସ ଆସୋସିଏସନ୍‌ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ଏକ ‌ଖୋଲା ପତ୍ର ଲେଖାଯାଇଛି। ଏହି ପତ୍ରରେ ‌ଡାକ୍ତରମାନେ ସେମାନଙ୍କ ସିଫ୍ଟର ସମୟ କାଳ କମ୍‌ କରିବା ସହ କୋଭିଡ୍‌-୧୯ ପଜିଟିଭ୍‌ ଟେଷ୍ଟିଂ କରୁଥିବା ଡାକ୍ତରୀ କର୍ମଚାରୀମାନଙ୍କ ପାଇଁ ପୃଥକ ୱାର୍ଡର ଦାବି କରିଛନ୍ତି।


Justdial

ପତ୍ରରେ ଆହୁରି ଲେଖାଯାଇଛି ଯେ କେଇଏମ୍‌ ହସ୍ପିଟାଲ୍‌ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଷ୍ଟାଫ୍‌ ନର୍ସମାନଙ୍କର ଘୋର ଅଭାବ ରହିଛି। ଫଳରେ ଡାକ୍ତରମାନଙ୍କ ଉପରେ ଚାପ ମାତ୍ରାଧିକ ପଡୁଛି।

ଡକ୍ଟରମାନେ ସେମାନଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ରରେ ଜଣାଇବା ସହ ଏକ ଭିଡିଓ ବି ସେଥିରେ ଯୋଡ଼ିଛନ୍ତି। ଭିଡିଓଟି ହେଉଛି ହସ୍ପିଟାଲ୍‌ର କୋଭିଡ-୧୯ ୱାର୍ଡର। ଭିଡିଓରେ ଦେଖିବାକୁ ମିଳୁଛି ୩୫ ଜଣ ରୋଗୀଙ୍କ ଦାୟିତ୍ବ ମାତ୍ର ୩ ଜଣ ଡାକ୍ତରଙ୍କ ମୁଣ୍ଡରେ ରହିଛି। ଡାକ୍ତରମାନେ ଅଭିଯୋଗ କରୁଛନ୍ତି ଯେ ସେଠାରେ ଚଟାଣ ସଫା କରିବାକୁ କେହି କର୍ମଚାରୀ ନାହାନ୍ତି କି ରୋଗୀଙ୍କ ଦେଖାଶୁଣା କରିବାକୁ କେହି ନର୍ସ ବି ନାହାନ୍ତି।

ସମ୍ବନ୍ଧିତ ଖବର