ଉପହାର ବାଣ୍ଟିବାକୁ ଆସିଥିବା ସାଣ୍ଟା ସୁପରସ୍ପ୍ରେଡର: ୧୫୦ଊର୍ଧ୍ବ ଲୋକେ ହେଲେ କରୋନା ସଂକ୍ରମିତ ଓ ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବେଲଜିୟମର ଏକ କେୟାର ହୋମରେ ଜଣେ ସାଣ୍ଟା ଉପହାର ବାଣ୍ଟିବା ଚିନ୍ତାର କାରଣ ପାଲଟିଛି। ଖ୍ରୀଷ୍ଟମାସ ଅବସରରେ ଜଣେ ବ୍ୟକ୍ତି ସାଣ୍ଟା କ୍ଲଜ ବେଶରେ ଅନେକ ଲୋକଙ୍କୁ ଉପହାର ବାଣ୍ଟିଥିଲେ। ଏହି ଉପହାର ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୧୨୧ଜଣ ଲୋକ ଓ ୩୬ ଜଣ କର୍ମଚାରୀ କରୋନାରେ ପୀଡିତ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ କରୋନା ସଂକ୍ରମିତ ହେବା ପରେ ୧୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବି ରିପୋର୍ଟ ରହିଛି।

Corona

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ୨ ସପ୍ତାହ ପୂର୍ବରୁ ସାଣ୍ଟା କ୍ଲଜ ନିଜର କେତେଜଣ ସାଥୀଙ୍କ ସହ ବେଲଜିୟମର ଏଣ୍ଟୱର୍ପରେ ଥିବା କେୟାର ହୋମରେ ପହଞ୍ଚିଥିଲେ। ଏହି କେୟାର ହୋମରେ ଜଣକ ପରେ ଜଣେ ଏପରି ୧୫୦ରୁ ଊର୍ଧ୍ବ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। କେବଳ ଏତିକି ନୁହେଁ ଏମାନଙ୍କ ମଧ୍ୟରୁ ୨୪ରୁ ୨୫ ଡିସେମ୍ବର ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବି ଜଣାପଡ଼ିଛି। ଉକ୍ତ ସାଣ୍ଟା କ୍ଲଜକୁ ସୁପରସ୍ପ୍ରେଡର ବୋଲି କୁହାଯାଉଛି। କେୟାର ହୋମରୁ ଆସିବାର ତିନିଦିନ ପରେ ସାଣ୍ଟା କ୍ଲଜ ହୋଇ ଯାଇଥିବା ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ମେୟର କହିଛନ୍ତି, ସାଣ୍ଟା କେୟାର ହୋମ ଯିବା ସମୟରେ କୋଭିଡ ନିୟମର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପରେ ଜଣାପଡ଼ିଲା କି ଉକ୍ତ କୋଭିଡ ନିୟମ ପାଳନରେ ତ୍ରୁଟି ରହିଯାଇଥିଲା।

ବେଲଜିୟମର ଜଣେ ଭାଇରୋଲୋଜିଷ୍ଟଙ୍କ କହିବାନୁସାରେ, ସାଣ୍ଟା କ୍ଲଜ ସହ କେୟାର ହୋମର ଭେଣ୍ଟିଲେସନ ଠିକ ନଥିଲା। ତେଣୁ ଏହି କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।

ସମ୍ବନ୍ଧିତ ଖବର