ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱେସି। ଓୱେସି କହିଛନ୍ତି ବିନା ଅନୁମତିରେ ଜାହାଙ୍ଗୀରପୁରୀରେ କିଭଳି ଶୋଭାଯାତ୍ରା ହୋଇପାରିଲା ? ଏହି ଶୋଭାଯାତ୍ରାକୁ କାଭିଙ୍କି ନିରବରେ ଦିଲ୍ଲୀ ପୁଲିସ ଦେଖୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି | ଓୱେସି କହିଛନ୍ତି ଯେ ଶୋଭାଯାତ୍ରା ସମୟରେ ଅସ୍ତ୍ରଶସ୍ତ୍ର କାହିଁକି ପ୍ରଦର୍ଶିତ ହେଲା? ଏହି ଶୋଭାଯାତ୍ରା ସମୟରେ କାହିଁକି ବିବାଦୀୟ ସ୍ଲୋଗାନ ଦିଆଯାଇଥିଲା।
ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ସେଠାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ତେବେ ପୁଲିସର ଅନୁମତି ବିନା ଶୋଭାଯାତ୍ରା କରିଥିବାରୁ ବଜରଙ୍ଗ ଦଳ ଓ ଭିଏଚପି ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ବିଷୟରେ ପଚାରିବୁଝିବା ସହ ଯିଏ ଏଭଳି ହିଂସା ସୃଷ୍ଟି କରିଛି, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତେବେ ଓୱେସିଙ୍କ ଭଳି ଏନସିପି ମୁଖ୍ୟ ଶରଦ ପାୱାର ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି | ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରେ ରାମ ନବମୀ ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପାଇଁ ସେ ବିଜେପି ଏବଂ ଏହାର କିଛି ସଂଗଠନକୁ ଦାୟୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Owaisi.jpg)