କଂଗ୍ରେସକୁ ବ୍ୟାଣ୍ଡ ପାର୍ଟି ସହ ତୁଳନା କଲେ ଓୱାଇସି

କୋଲକାତା: କଂଗ୍ରେସ ଦଳକୁ ବ୍ୟାଣ୍ଡ ପାର୍ଟି ସହ ତୁଳନା କରିଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାଇସି | ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ନେତାଙ୍କ ବୟାନବାଜି ଆରମ୍ଭ ହୋଇଗଲାଣି | ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ଟକ୍କର ହେବାକୁ ଯାଉଥିବାବେଳେ ଏବେ ଏଥିରୁ ଫାଇଦା ନେବାକୁ ଅଣ୍ଟା ଭିଡ଼ିଲେଣି ଅସଦୁଦ୍ଦିନ ଓୱାଇସି | ବିହାର ବିଧାନସଭା ନିର୍ବାଚନରେ ସଫଳତା ପାଇବା ପରେ ଏବେ ପଶ୍ଚିମବଙ୍ଗରେ କିଭଳି ତାଙ୍କ ଦଳ ଜିତାପଟ ହାସଲ କରିବ ସେ ନେଇ ଲାଗିପଡିଛନ୍ତି |

ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ‘ଯେତେବେଳେ ଆମ ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବାକୁ ଘୋଷଣା କଲା ସେତେବେଳେ ବ୍ୟାଣ୍ଡ ବାଜା ପାର୍ଟି, ଯାହାକି ପୂର୍ବରୁ କଂଗ୍ରେସ ଦଳ ଭବରେ ପରିଚିତ ଥିଲା, କହିବା ଆରମ୍ଭ କରିଦେଇଥିଲା ଯେ ଆମ ଦଳ ହେଉଛି ବିଜେପିର ବି ଟିମ | ମମତା ବାନାର୍ଜୀ ବି କହିଛନ୍ତି ଯେ ଆମ ଦଳ ବିଜେପିର ସହଯୋଗୀ ଦଳ | ମୁଁ ପଚାରିବାକୁ ଚାଁହୁଛି ଯେ ମୁଁ କେବଳ କଣ ଜଣେ ଏମିତି ବ୍ୟକ୍ତି ଅଛି ଯାହାକୁ ସେମାନେ ଆକ୍ଷେପ କରିପାରିବେ | ମୁଁ ଲୋକଙ୍କ ସହ ଅଛି, ଆଉ କାହା ସହ ସମ୍ପର୍କ ରଖେ ନାହିଁ ‘|

ସୂଚନା ଥାଉ କି ବିହାର ନିର୍ବାଚନରେ ​​ସଫଳତା ପାଇବା ପରେ ଆସାଦୁଦ୍ଦିନ ଓୱାଇସି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳର ଟିକେଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି। ବିହାରରେଏଆଇଏମଆଇଏମ ଟିକେଟ୍ ରେ ସିମାଞ୍ଚଳ ଅଞ୍ଚଳର ୫ ଜଣ ବିଧାୟକ ଜିତିଥିଲେ | ବିହାରର ସିମାଞ୍ଚଳ ଏକ ମୁସଲମାନ ବହୁଳ ଅଂଚଳ ହୋଇଥିବାବେଳେ ପଶ୍ଚିମବଙ୍ଗରେ ମଧ୍ୟ ବହୁ ସଂଖ୍ୟାରେ ମୁସଲମାନ ଅଛନ୍ତି। ଆଉ ଓୱାଇସିଙ୍କ ଘୋଷଣା ପରେ କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ ମୁସଲିମ ଭୋଟର ବିଭାଜନ ଯୋଗୁଁ ବିଜେପି ମଜବୁତ ହେବାରେ ଲାଗିଛି |

ସମ୍ବନ୍ଧିତ ଖବର