ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ବିଜେପିକୁ ଜିତିବାରେ ସାହାଯ୍ୟ କରିବେ ଓ଼ୱେସି : ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ବିହାରରେ ବିଜେପିକୁ ଜିତାଇବାରେ ଯେଭଳି ଓ଼ବେସିଙ୍କ ଦଳ ଏଆଇଏମଆଇଏମ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲା ପଶ୍ଚିମବଙ୍ଗରେ ମଧ୍ୟ ସେମିତି ଏହି ଦଳ ବିଜେପିକୁ ସାହାଯ୍ୟ କରିବ | କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ | ସାକ୍ଷୀ ମହାରାଜ କହିଛନ୍ତି ଯେ ବିହାରରେ ବିଜେପିକୁ ଜିତାଇବାରେ ଓ଼ବେସିଙ୍କ ଦଳ ପରୋକ୍ଷ ଭାବେ ସାହାଯ୍ୟ କରିଥିଲା | ଆଉ ପଶ୍ଚିମବଙ୍ଗରେ ମଧ୍ୟ ଏଭଳି କିଛି ଓ଼ବେସିଙ୍କ ଦଳ କରିବ |

ଏଠାରେ ସୂଚନା ଥାଉ କି ବିହାର ବିଧାନସଭା ନିର୍ବାଚନରେ ଓ଼ବେସିଙ୍କ ଦଳ ଏଆଇଏମଆଇଏମ ପ୍ରାର୍ଥୀ ଦେଇଥିଲା | ଉଭୟ ଜେଡିୟୁ-ବିଜେପି ଓ ମହାଗଠବନ୍ଧନର ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରାର୍ଥୀ ଦେଇଥିଲା | ମୁସଲମାନ ବହୁଳ ଅଂଚଳରେ ପ୍ରାର୍ଥୀ ଦେବା ଦ୍ୱାରା ଓ଼ବେସିଙ୍କ ଦଳ ୫ଟି ଆସନ ହାତେଇଥିଲା | ଏହି ୫ଟି ଆସନରେ ମହାଗଠବନ୍ଧନର ଦାବିଦାର ପ୍ରାର୍ଥୀ ଥିଲେ ବି ପରାସ୍ତ ହେବାକୁ ପଡିଥିଲା | ଆଉ ଭୋଟ-କଟର ଭୂମିକା ଏଆଇଏମଆଇଏମ ନିର୍ବାହ କରିଥିଲା |

ଯାହା ଫଳରେ ଏନଡିଏକୁ ୧୨୫ଟି ଆସନ ମିଳିଥିବାବେଳେ ମହାଗଠବନ୍ଧନକୁ ୧୧୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା | ୧୨୫ଟି ଆସନ ପାଇ ଏନଡିଏ ବିହାରରେ ସରକାର ଗଠନ କରିବାକୁ ସକ୍ଷମ କରିଥିଲା | ସେହିପରି ପଶ୍ଚିମବଙ୍ଗ କଥା କହିବାକୁ ଗଲେ ସେଠାରେ ମଧ୍ୟ ପ୍ରାର୍ଥୀ ଦେବାକୁ ଏଆଇଏମଆଇଏମ ପୂର୍ବରୁ ଘୋଷଣା କରିସାରିଛି | ବିହାର ଭଳି ଏଠାରେ ମଧ୍ୟ ମୁସଲମାନ ଭୋଟ ହାତେଇଲେ ତୃଣମୂଳ କଂଗ୍ରେସକୁ କମ ଆସନ ମିଳିପାରେ |

ସମ୍ବନ୍ଧିତ ଖବର