ନୂଆଦିଲ୍ଲୀ: ସୋମବାର ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଆଲୋଚନା ସମୟରେ ଅସଦୁଦ୍ଦିନ ଓୱେସି କହିଥିଲେ ଯେ ପାକିସ୍ତାନ ସବୁବେଳେ ଆତଙ୍କବାଦ ପ୍ରସାର କରିଆସିଛି ଏବଂ ଆଗକୁ ମଧ୍ୟ କରିବ। ଆମକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ। ସେ କହିଛନ୍ତି ଯେ ଭାରତ ଚୀନ୍ ସହିତ ଆଲୋଚନା ଶେଷ କରି ଦୃଢ଼ ଭାବରେ ନିଜର ମତ ରଖିବା ଉଚିତ। ତେବେ ସେ ଆଗାମୀ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Advertisment

ଓୱେସି କହିଛନ୍ତି ଯେ ଯେତେବେଳେ ଭାରତ ପାକିସ୍ତାନକୁ ଯାଉଥିବା ୮୦ ପ୍ରତିଶତ ପାଣି ବନ୍ଦ କରିଦେଇଛି। ଦୁଇ ଦେଶ ମଧ୍ୟରେ କୌଣସି ବାଣିଜ୍ୟ ହେଉନାହିଁ। ପାକିସ୍ତାନର ବିମାନ ଭାରତୀୟ ବାୟୁକ୍ଷେତ୍ରରେ ଉଡ଼ିପାରିବ ନାହିଁ, ତେବେ ଦୁଇ ଦେଶ ମଧ୍ୟରେ କାହିଁକି କ୍ରିକେଟ୍ ମ୍ୟାଚ୍ ଖେଳାଯାଉଛି? ସେ କହିଛନ୍ତି, "ମୋର ବିବେକ ମୋତେ ସେହି ମ୍ୟାଚ୍ ଦେଖିବାକୁ ଅନୁମତି ଦେବ ନାହିଁ। ସରକାରୀ ନେତାମାନେ କ'ଣ ଲୋକଙ୍କୁ କହିବେ ଯେ ଆମେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛୁ ଏବଂ ଏବେ ପାକିସ୍ତାନ ସହିତ ମ୍ୟାଚ୍ ଦେଖିବାକୁ ଯିବୁ?"