କଥାବାର୍ତ୍ତା କ’ଣ କରୁଛନ୍ତି, ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବା ଉଚିତ! ଏଭଳି କହିଲେ ଓୱାସି

ନୂଆଦିଲ୍ଲୀ: ରବିବାର ପୂର୍ବାହ୍ନରେ ଜମ୍ମୁ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଷ୍ଟେସନରେ ଦୁଇଟି ଡ୍ରୋନ୍‌ ଦ୍ୱାରା ଆଇଇଡି ଆକ୍ରମଣ ଦ୍ୱାରା ଦୁଇ ବାୟୁସେନା କର୍ମଚାରୀ ଆହତ ହେବା ପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାସି ପୁଣି ଥରେ ଭାରତ ସରକାରଙ୍କ ଠାରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଓୱାସି କହିଛନ୍ତି ଯେ ପୁଲୱାମା ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ଉପରେ ଯେଭଳି ପଦକ୍ଷେପ ନେଇଥିଲେ ସେଭଳି ପଦକ୍ଷେପ ନେବା ଉଚିତ | ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାସି କହିଛନ୍ତି ଯେ, ‘ଡ୍ରୋନ୍ ବହୁତ ଦୂରତା ଅତିକ୍ରମ କରିଛି ଏବଂ ଏହା ଆମେରିକା କିମ୍ବା ଚାଇନାରେ ତିଆରି ହୋଇଥିବାର ବୋଲି ଜଣାପଡୁଛି |

ଜାମ୍ମୁ ଏୟାର ବେସରେ ହୋଇଥିବା ଏହି ଆକ୍ରମଣ ପୁଲୱାମା ଆକ୍ରମଣ ଭଳି ଲାଗୁଛି। ବର୍ତ୍ତମାନ ସରକାରଙ୍କର ଦାୟିତ୍ୱ ଅଛି। ସରକାର ପାକିସ୍ତାନ ସହିତ କ’ଣ କଥାବାର୍ତ୍ତା କରୁଛନ୍ତି? ମୋଦୀ ସରକାର ଏହାର ଉତ୍ତର ଦେବେ କି? ପୁଲୱାମା ଆକ୍ରମଣ ପରେ ଯେପରି( ବାଲକୋଟ ଏୟାରଷ୍ଟ୍ରାଇକ) କରାଯାଇଥିଲା, ସେହି ସମାନ ଉତ୍ତର ଦିଆଯିବା ଉଚିତ୍।” ଅନ୍ୟପଟେ ଶିବସେନା ଡୋଗ୍ରା ଫ୍ରଣ୍ଟ (ଏସଏସଡିଏଫ) କର୍ମୀମାନେ ସୋମବାର ଦିନ ଭାରତୀୟ ବାୟୁସେନା ଷ୍ଟେସନରେ ଡ୍ରୋନ ଆକ୍ରମଣ ତଥା ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ୱାରା ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ, ତାଙ୍କ ପତ୍ନୀଙ୍କ ହତ୍ୟାକୁ ବିରୋଧ କରି ପାକିସ୍ତାନୀ ପତାକା ପୋଡିଛନ୍ତି ।

ସୂଚନା ଥାଉ କି ଜମ୍ମୁ ବିମାନ ବନ୍ଦର ସ୍ଥିତ ଏୟାରଫୋର୍ସ ଷ୍ଟେସନରେ ରବିବାର ରାତିରେ ପ୍ରଚଣ୍ଡ ଡ୍ରୋନ୍‌ ଆକ୍ରମଣ ହୋଇଥିଲା | ଆତଙ୍କବାଦୀମାନେ ଡ୍ରୋନ୍‌ ଦ୍ବାରା ଲଗାତାର ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟାଇବାରୁ ବାୟୁସେନା ଷ୍ଟେସନର ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨ ଜଣ ବାୟୁସେନା ଯବାନ ଆହତ ହୋଇଥିଲେ । ଏହାର କିଛି ଘଣ୍ଟା ପରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଏକ ଗାଁରେ ଆତଙ୍କବାଦୀମାନେ ଜଣେ ଏସପିଓ, ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର