ନୂଆଦିଲ୍ଲୀ: ପୁଲିସକୁ ଖୁଲମଖୁଲା ଧମକ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି |ଉତ୍ତରପ୍ରଦେଶରେ ଏକ ରାଲିରେ ଉଦବୋଧନ ଦେଇ ଉତ୍ତରପ୍ରଦେଶ ପୁଲିସକୁ ଖୋଲାଖୋଲି ଧମକ ଦେଇଛନ୍ତି। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମନ୍ତବ୍ୟ ଦେଇ ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଏକ ନିର୍ବାଚନୀ ରାଲିରେ ସେ କହିଛନ୍ତି ଯେ, 'ମୁଁ ପୁଲିସ କର୍ମଚାରୀଙ୍କୁ ସ୍ମରଣ କରାଇଦେବାକୁ ଚାଁହୁଛି ଯେ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସବୁଦିନ ପାଇଁ ରହିବେ ନାହିଁ | ଆମେ ମୁସଲମାନମାନେ ନିଶ୍ଚିତ ଭାବରେ ସମୟ ପାଇଁ ନିରବ ଅଛୁ, କିନ୍ତୁ ମନେରଖ ଯେ ଆମେ ତୁମର ଅତ୍ୟାଚାର ଭୁଲିବୁ ନାହିଁ। ଆହ୍ଲା ନିଜର ଶକ୍ତି ଦ୍ୱାରା ତୁମକୁ ବିନାଶ କରିବେ। ସ୍ଥିତି ବଦଳିବ, ତାପରେ କିଏ ତୁମକୁ ବଞ୍ଚାଇବାକୁ ଆସିବ? ଯୋଗୀ ନିଜ ମଠ ଏବଂ ମୋଦୀ ପାହାଡକୁ ଚାଲିଯିବେ। ତାପରେ କିଏ ତୁମକୁ ଉଦ୍ଧାର କରିବାକୁ ଆସିବ'।

Advertisment

ତେବେ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ଏହି ବୟାନକୁ ନିନ୍ଦା କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯେତେବେଳେ ବି ଆଉରଙ୍ଗଜେବ ଏବଂ ବାବର ଭଳି ଲୋକମାନେ ଦେଶକୁ ଅତ୍ୟାଚାର କରିବାକୁ ଆସନ୍ତି, ମହାରାଣା ପ୍ରତାପ, ଶିବାଜୀ, ଯୋଗୀ ଏବଂ ମୋଦୀଙ୍କ ପରି କେହି ଜଣେ ଆଗକୁ ଆସିବେ।


ସେହିପରି ୟୁପି ପୁଲିସ୍, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଓୱେସିଙ୍କ ମନ୍ତବ୍ୟକୁ ନେଇ ବିଜେପି ମୁଖପାତ୍ର ଗୌରବ ଭାଟିଆ ଦୃଢ ବିରୋଧ କରିଛନ୍ତି। ଭାଟିଆ କହିଛନ୍ତି ଯେ ଓୱେସି ହାଇଦ୍ରାବାଦ ସାଂସଦ ଏବଂ ସେ ଅସାମ୍ବିଧାନିକ ମନ୍ତବ୍ୟ ଦେବା ଉଚିତ୍ ନୁହେଁ। ସୂଚନା ଥାଉ କି ଯେ ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓୱେସି ଘୋଷଣା କରିଛନ୍ତି |