ମୁମ୍ବାଇ: ମହାରାଷ୍ଟ୍ରରେ ପୌର ନିର୍ବାଚନ ପାଇଁ ରାଜନେତାଙ୍କ ପ୍ରଚାର ଜୋରଦାର ହୋଇଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳର ନେତାମାନେ ଲୋଭନୀୟ ପ୍ରତିଶ୍ରୁତି ଏବଂ ବିଭିନ୍ନ ମନ୍ତବ୍ୟ ଦେବା ଜାରି ରଖିଛନ୍ତି। ସୋଲାପୁରରେ ପ୍ରଚାର ସମୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଏପରି ଏକ ଦିନ ଆସିବ ଯେତେବେଳେ ଜଣେ ହିଜାବ୍ ପିନ୍ଧିଥିବା ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ।

Advertisment

ଭାରତୀୟ ସମ୍ବିଧାନ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ସମାନ

ଓୱାଇସି ପାକିସ୍ତାନୀ ସମ୍ବିଧାନର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ପାକିସ୍ତାନୀ ସମ୍ବିଧାନରେ କେବଳ ଗୋଟିଏ ସମ୍ପ୍ରଦାୟର ବ୍ୟକ୍ତି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ଉଲ୍ଲେଖ ଅଛି। ତେବେ ଭାରତୀୟ ସମ୍ବିଧାନ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ସମାନ ସ୍ଥାନ ପ୍ରଦାନ କରାଯାଇଛି।

ଶାସକ ଦଳକୁ ଟାର୍ଗେଟ କରି ସେ କହିଛନ୍ତି,ଦେଶରେ ଯେଉଁ ଘୃଣା ସୃଷ୍ଟି କରାଯାଉଛି ତାହା ଆଉ ଅଧିକ ଦିନ ଚାଲିବ ନାହିଁ। ଏଭଳି କରୁଥିବା ଦଳ ଧ୍ୱଂସ ପାଇଯିବେ।

ସେ କହିଛନ୍ତି, ସୋଲାପୁରରେ ବହୁ ସମସ୍ୟା ରହିଛି। କିନ୍ତୁ ଶାସକ ଦଳର ସେସବୁ ପ୍ରତି କୌଣସି ସମ୍ପର୍କ ନାହିଁ। ବିଜେପି, ସିନ୍ଦେ ଏବଂ ଅଜିତ ପାୱାର ମହାରାଷ୍ଟ୍ରର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଏହା ଆଉ ବେଶୀ ଦିନ ଚାଲିବ ନାହିଁ।

ଫଡନଭିସ୍, ସିନ୍ଦେ ଏବଂ ପାୱାର ରାଜନୀତି କରୁନାହାନ୍ତି, ବରଂ ଘୃଣା ଉପରେ ଆଧାରିତ ଶାସନ କରୁଛନ୍ତି। ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ବନ୍ଧୁ ନୁହଁନ୍ତି। ସେମାନଙ୍କୁ ଦୁର୍ବଳ କରିବାକୁ ଶାସକ ଚାହୁଁଛନ୍ତି। ସେମାନେ ଦଳିତମାନଙ୍କୁ ସେମାନଙ୍କର ଅଧିକାର ଦେବାକୁ ଚାହାଁନ୍ତି ନାହିଁ, ବରଂ ସେମାନଙ୍କୁ ସେଥିରୁ ବଞ୍ଚିତ କରୁଛନ୍ତି। ସେମାନେ ଚାଷୀଙ୍କ ପାଇଁ କିଛି କରୁନାହାଁନ୍ତି। ତେଣୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: Iphone Theft Case: ଘରେ କଳାକନା ବୁଲାଇ ପ୍ରେମିକକୁ ୨୫ଲକ୍ଷର କାର୍ ଉପହାର ଦେଲା ପ୍ରେମିକା