ହାଇଦ୍ରାବାଦ: ଭାରତୀୟ ବାୟୁସେନାର ହାଲୁକା ଲଢୁଆ ବିମାନ ‘ତେଜସ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଡ଼ାଣକୁ ନେଇ ରାଜନୀତି ଜୋର ଧରିଛି | ମୋଦୀଙ୍କ ଉଡାଣକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ଗୋଟିଏ ପଟେ ଆମର ଯବାନମାନେ ସହିଦ ହେଉଛନ୍ତି, ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଜେଟ ବିମାନରେ ପରୀକ୍ଷା କରୁଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱେସି କହିଛନ୍ତି, "ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁକଶ୍ମୀରରେ ଆମର ଯବାନଙ୍କ ଜୀବନ ନେଇଛନ୍ତି ଯାହାକୁ ମୁଁ ନିନ୍ଦା କରୁଛି। ଗୋଟିଏ ପଟେ ଆମର ଯବାନମାନେ ସହିଦ ହେଉଛନ୍ତି, ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ମୋଦୀ ଜେଟରେ ପରୀକ୍ଷା କରୁଛନ୍ତି। ସେ କହିଛନ୍ତି ଯେ ସୀମାନ୍ତରେ ଯବାନମାନଙ୍କ ହତ୍ୟା କରାଯାଉଥିବା ବେଳେ ବିଜେପିର ବଡ ବଡ ମନ୍ତ୍ରୀମାନେ ନିର୍ବାଚନ ପ୍ରଚାର ପାଇଁ ଏଠାକୁ ଆସି ଦେଶଭକ୍ତି ପ୍ରଦର୍ଶନ କରୁଛନ୍ତି। ଗତ ମାସରେ ମଧ୍ୟ ଅନେକ ଯବାନ ସହିଦ ହୋଇଥିଲେ।
ଏହି ସମୟରେ ଏଆଇଏମ୍ଆଇଏମ୍ ନେତା କହିଛନ୍ତି ଯେ କ୍ୟାପଟେନ ଶୁଭମନ ଗୁପ୍ତାଙ୍କ ମା’ଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କାନ୍ଦୁଛନ୍ତି ଏବଂ ଭିଡିଓରେ ବିଜେପିର ଜଣେ ମନ୍ତ୍ରୀ ଚେକ୍ ଦେବାକୁ ଚେଷ୍ଟା କରୁଥିବାବେଳେ ସହିଦଙ୍କ ମା ସେମାନଙ୍କୁ ଏହି ଡ୍ରାମା ନକରିବାକୁ କହୁଛନ୍ତି। ଉଲ୍ଲେଖ ଥାଉ କି ଗତକାଲି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରାୟତ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ତେଜସ୍’ ଲଢୁଆ ବିମାନରେ ଉଡାଣ କରିଥିଲେ ।