ଅ. ଓ୍ଵ.ସିଙ୍କ ବିରୋଧ

ତାଜମହଲ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସଂଗୀତ ସୋମ୍‌ ମହାନ ବିଶ୍ୱ ଐତିହ୍ୟ ତାଜମହଲକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ତାଜମହଲକୁ ଭାରତୀୟ ସାଂସ୍କୃତିକ ଇତିହାସର ଏକ ଅଂଶ ଭାବେ ଗ୍ରହଣ କରିବାକୁ ସେ ଆପତ୍ତି ଉଠାଇଛନ୍ତି। ମିରଟରେ ଏକ ସଭାରେ ଉଦ୍‌ ବୋଧନ ଦେଇ ସେ କହିଛନ୍ତି ଯେ ତାଜମହଲର ନିର୍ମାତା ହିନ୍ଦୁମାନଙ୍କୁ ନିପାତ କରିବାକୁ ଚାହୁଥିଲେ। ନିକଟରେ ୟୁପିର ପର୍ଯ୍ୟଟନ ତାଲିକାରୁ ତାଜମହଲକୁ ହଟାଇ ଦିଆଯାଇଥିବା ପ୍ରସଙ୍ଗ ଉଲ୍ଲେଖ କରି ସେ କହିଥିଲେ ଯେ କିଛି ଲୋକଙ୍କୁ ଏହା ବାଧିଛି। ହିନ୍ଦୁଙ୍କୁ ମୂଳପୋଛ କରିବାକୁ ଚାହୁଥିବା ଲୋକଙ୍କୁ ଇତିହାସରେ ପ୍ରାଧାନ୍ୟ ଦିଆଯିବା ଦୁର୍ଭାଗ୍ୟର ବିଷୟ।

ସଂଗୀତ ସୋମ୍‌ଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି । ଏଆଇଏମ୍‌ଆଇଏମ୍‌ ନେତା ତଥା ସାଂସଦ ଅସଦଉଦ୍ଦିନ ଅ. ଓ୍ଵ.ସି ଏହାର ଜବାବରେ କହିଛନ୍ତି -‘ସେହି ‘ଦେଶଦ୍ରୋହୀ’ମାନେ ଲାଲକିଲ୍ଲା ମଧ୍ୟ ନିର୍ମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କ’ଣ ସେଠାରୁ ଜାତୀୟ ପତାକା ଉତ୍ତୋଳନ କରିବା ଛାଡ଼ିଦେବେ। ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ ମଧ୍ୟ ‘ଦେଶଦ୍ରୋହୀ’ମାନେ ନିର୍ମାଣ କରିଥିଲେ। କ’ଣ ମୋଦି ସେଠାରେ ବିଦେଶୀ ଅତିଥିଙ୍କୁ ଭେଟିବା ଛାଡ଼ିଦେବେ।’ ସୋସିଲଆ ମିଡିଆରେ ମଧ୍ୟ ଏହି ପ୍ରସଙ୍ଗ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର