ତୁମ ସ୍ୱାମୀଙ୍କୁ କାହିଁକି କ୍ଲିନଚିଟ୍ ମିଳିଥିଲା? ପ୍ରିୟଙ୍କାଙ୍କୁ ପ୍ରଶ୍ନ କଲେ ଓୱେସି

ହାଇଦ୍ରାବାଦ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଡା ପ୍ରଶ୍ନ କଲେ ଓୱେସି | ପ୍ରିୟଙ୍କାଙ୍କ ଅଭିଯୋଗ ପରେ ଚିହିଁକି ଉଠିଲେ ଓୱେସି | ବାସ୍ତବରେ ପ୍ରିୟଙ୍କା ଆଜି କହିଥିଲେ ଯେ ଭାରତୀୟ ଜନତା ପାର୍ଟି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଅଲ ଇଣ୍ଡିଆ ମଜଲିସ ଇତେହାଦୁଲ ମୁସଲିମ (AIMIM) ମଧ୍ୟରେ ମେଣ୍ଟ ରହିଛି | ଏହା ଉପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ଜବାବ ରଖିଛନ୍ତି। ଅସଦୁଦ୍ଦିନ ଓୱେସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ, ‘ମ୍ୟାଡ଼ାମ ଆପଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ମାସରେ ଅଯୋଧ୍ୟାକୁ ନିମନ୍ତ୍ରଣ କରିଛନ୍ତି କି? ଯଦି ଏଭଳି କରିନାହାନ୍ତି ତେବେ ଏହା ଆପଣଙ୍କ ଦଳ ଓ ପିତାଙ୍କ ବାବ୍ରି ବିରୋଧୀ ଆନ୍ଦୋଳନ ଯୋଗଦାନ ପ୍ରତି ଅପମାନ |

ସେହିପରି ଓୱେସି ପ୍ରଶ୍ନ କରିଛନ୍ତି ଯେ ହରିୟାଣାରେ ବିଜେପି ସରକାର ଆପଣଙ୍କ ପତିଙ୍କୁ କାହିଁକି କ୍ଲିନଚିଟ ଦେଇଛନ୍ତି? ଏହା ସହିତ ସେ ଏକ ଖବରକାଗଜର ଶୀର୍ଷକ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲେଖାଅଛି, “୫ ବର୍ଷ ପରେ ହରିୟାଣା ସରକାର କହିଛନ୍ତି ଯେ ରବର୍ଟ ଭଦ୍ରା ଏବଂ ଡିଏଲଏଫ ଚୁକ୍ତିରେ କୌଣସି ଉଲ୍ଲଂଘନ ହୋଇନାହିଁ।” ସାଂସଦ ଓୱେସି କହିଛନ୍ତି ଯେ ବିଜେପି-କଂଗ୍ରେସ ଓ ଆରଏସଏସର କ୍ଷତି ହେବାକୁ ଯାଉଛି | ବାସ୍ତବରେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ ତେଲେଙ୍ଗାନାରେ ଶାସନରେ ଥିବା ବିଆରଏସ, ଅସଦୁଦ୍ଦିନଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ଏବଂ ବିଜେପି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ତେଲେଙ୍ଗାନାର ଖାନପୁରରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଜେପି ଏବଂ ବିଆରଏସ ମଧ୍ୟରେ ଏକ ବୁଝାମଣା ହୋଇଛି ଏବଂ ବିଆରଏସ ମଧ୍ୟ ସଂସଦରେ ଏନଡିଏ ସରକାରକୁ ସମର୍ଥନ କରିଛି।

ସମ୍ବନ୍ଧିତ ଖବର