ଶାହାଜାହାନପୁର: ସାଧାରଣତଃ ହିନ୍ଦୁ ଧର୍ମରେ ପେଚାକୁ ଅଶୁଭ ବୋଲି ବିବେଚନା କରାଯାଏ | ଏହା ସତ୍ତ୍ୱେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଦୀପାବଳି ପୂର୍ବରୁ ପେଚା ପୂଜା କରାଯାଏ। ବିଶେଷ କଥା ହେଉଛି ଏଠାରେ ଅନେକ ଶିକ୍ଷିତ ଏବଂ ପ୍ରଫେସରମାନେ ଏକତ୍ରିତ ହୋଇ ଏହି ଅନନ୍ୟ ପୂଜା କରନ୍ତି | ପୂଜାପାଠର କାରଣ ମଧ୍ୟ ପ୍ରତ୍ୟେକ ଥର ଭିନ୍ନ ରହିଥାଏ | ଏଥର ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଏହି ପୂଜା କରାଯାଇଛି | ପୂଜା କରିଥିବା ପ୍ରଫେସରମାନେ କହିଛନ୍ତି ଯେ ହମାସ ନିଜର ବୁଦ୍ଧି ହରାଇଛି। ହମାସ ଉପରେ ପେଚାର ପ୍ରଭାବ ରହିଥିବାରୁ ସବୁ ଦୁର୍ବୁଦ୍ଧି ଜୁଟୁଛି | ତେଣୁ ହମାସକୁ ସଦବୁଦ୍ଧି ଦେବାକୁ ପେଚା ପୂଜା କରାଯାଇଛି | ଉଲ୍ଲେଖ ଥାଉ କି ପ୍ରତିବର୍ଷ ଦୀପାବଳି ପୂର୍ବଦିନ କିଛି ବ୍ୟକ୍ତି ମିଶି ପେଚା ପୂଜା କରିଥାନ୍ତି |
'ପୃଥ୍ଵୀ' ନାମକ ଏକ ସଂଗଠନ ସହିତ ଜଡିତ ପ୍ରଫେସରମାନେ ପ୍ରତିବର୍ଷ ପେଚାକୁ ପୂଜା କରନ୍ତି ଏବଂ ପ୍ରତୀକାତ୍ମକ ଭାବରେ ପେଚାର ଫଟୋକୁ ନଦୀରେ ଭସାଇ ଦିଅନ୍ତି। ପୂଜାପାଠ କରିଥିବା ପ୍ରଫେସରମାନେ ବିଶ୍ୱାସ କରନ୍ତି ଯେ ଆତଙ୍କବାଦୀ ସଂଗଠନ ହମାସର ଦୁର୍ବୁଦ୍ଧି ଯୋଗୁଁ ଅନେକ ନିରୀହ ଲୋକଙ୍କ ଜୀବନ ନେଇଛି ଏବଂ ଅନେକ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି। ପେଚା ପୂଜା ମାଧ୍ୟମରେ ପ୍ରାର୍ଥନା କରାଯାଇଛି ଯେ ଭଗବାନ ହମାସକୁ ସଦବୁଦ୍ଧି ଦିଅନ୍ତୁ | ଉଲ୍ଲେଖ ଥାଉ କି ଯେ ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ କ୍ରମାଗତ ଭାବେ ଆକ୍ରମଣ କରୁଛି |