କରୋନା ମହାମାରୀ ପରେ ଭାରତରେ ଅନାହାର ବଢିଛି : ଅକ୍ସଫାମ

ନୂଆଦିଲ୍ଲୀ : ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତ ୧୦୧ତମ ସ୍ଥାନକୁ ଖସିବା ଏକ ଦୁଃଖଦ ବାସ୍ତବତାକୁ ଦର୍ଶାଉଛି ବୋଲି କହିଛି । ବିଶେଷକରି କୋଭିଡ୍ ମହାମାରୀ ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଯାଇଛି ବୋଲି  ଅକ୍ସଫାମ ଇଣ୍ଡିଆ କହିଛି ।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଭାରତରେ ଅନାହାର ନୂଆ କଥା ନୁହେଁ । ଏହା ଭାରତ ସରକାରଙ୍କ ନିଜସ୍ବ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେରେ କୁହାଯାଇଛି । ୨୦୧୫ରୁ ୨୦୧୯ ମଧ୍ୟରେ ଅନେକ ଭାରତୀୟ ରାଜ୍ୟରେ ଶିଶୁମାନଙ୍କ ପୋଷଣ ସ୍ତରରେ ଅବନତି ହୋଇଛି । ନୂଆ ତଥ୍ୟ ଅନୁସାରେ ୨୦୧୫ରୁ ୨୦୧୯ ମଧ୍ୟରେ ଜନ୍ନ ନେଇଥିବା ଅନେକ ଶିଶୁ ନିଜର ପୂର୍ବ ପୀଢିଙ୍କଠାରୁ ଅଧିକ ଅପପୁଷ୍ଟଗ୍ରସ୍ତ ବୋଲି ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହେର କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ନିକଟରେ ପ୍ରକାଶିତ ହୋଇଥିବା ‘ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତର ସ୍ଥାନ ୧୧୬ ରାଷ୍ଟ୍ର ବିଶିଷ୍ଟ ତାଲିକାରେ ୧୦୧ତମ ସ୍ଥାନକୁ ଖସିଆସିଛି । ଗଲା ବର୍ଷ ଏହି ତାଲିକାରେ ୧୦୭ଟି ଦେଶଙ୍କ ମଧ୍ୟରେ ଭାରତ ୯୪ତମ ସ୍ଥାନ ଅଧିକାର କରିଥିଲା ।

ସମ୍ବନ୍ଧିତ ଖବର