ଆସନ୍ତା ୨ ମାସ ମଧ୍ୟରେ ବଜାରରେ ଉପଲବ୍ଧ ହେବ ଅ‌କ୍ସଫୋର୍ଡ ବିଶ୍ବବିଦ୍ୟାଳୟର କରୋନା ପ୍ରତିଷେଧକ ଟିକା !

ନୂଆଦିଲ୍ଲୀ: ପୂରା ବିଶ୍ବରେ ୧୪ ମିଲିୟନ୍‌ ଲୋକ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହେବା ପରେ ଏହି ମହାମାରୀ ଭାଇରସ୍‌ର ପ୍ରତିଷେଧକ ଟୀକା ଏବେ ସଭିଙ୍କ ପାଇଁ ଜରୁରୀ ହୋଇ ପଡ଼ିଛି। ଏହି ଟୀକା ବାହାର କରିବାକୁ ଅନେକ ଗବେଷଣା ସଂସ୍ଥା ଓ ବୈଜ୍ଞାନିକ ଦୌଡ଼ରେ ଥିବା ବେଳେ କିଏ ପ୍ରଥମେ ଏହି ଖୁସି ଖବର ଶୁଣାଇବ ସେ ନେଇ ଗବେଷକଙ୍କ ଭିତରେ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଦେଇଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ମଣିଷ ଶରୀରରେ କୋଭିଡ୍‌-୧୯ ଟୀକାର ପରୀକ୍ଷଣ କରିବାକୁ ୧୫୦ରୁ ଊର୍ଧ୍ବ ଗବେଷଣା ସଂସ୍ଥା ପ୍ରସ୍ତୁତ ହୋଇ ରହିଛନ୍ତିି।


The Financial Express

ସେହି ସବୁ ଭିତରୁ ସବୁଠାରୁ ଅଧିିକ ଆଶା ରହିଛି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଉପ‌ରେ। ପ୍ରାଥମିକ ପରୀକ୍ଷଣରୁ ସକାରାତ୍ମକ ଫଳାଫଳ ଲାଭ କରିଛି ଅକ୍ସଫୋର୍ଡ । ଆସନ୍ତା ୨ ମାସ ମଧ୍ୟରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ବାହାର କରିଥିବା  ଟୀକା ବ୍ୟବହାର ଲାଗି ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ୟୁନିଭରସିଟି ଅଫ୍ ଅକ୍ସେଫୋର୍ଡର ନ୍ୟୁଫିଲ୍ଡ ଡିପାର୍ଟମେଣ୍ଟ୍‌ ଅଫ୍‌ ମେଡିସିନ୍‌ର ଜେନିଫର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବାହାର କରିଥିବା ଏହି ଟିକାର ନାମ ହେଉଛି ଏଜେଡ୍‌ଡି୧୨୨୨। ବୈଜ୍ଞାନିକଙ୍କ କହିବା କଥା ହେଉଛି ଜେନିଫର୍‌ ଇନ୍‌ଷ୍ଟିଚ୍ୟୁଟ୍ ବାହାର କରିଥିବା ଏହି ଟିକା ହୁଏତ କରୋନା ଭାଇରସ୍‌ ବିରୋଧରେ ଦ୍ବିଗୁଣା ସୁରକ୍ଷା ଦେଇପାରେ।

ଏହି ଟିକା ଶରୀରରେ ଆଣ୍ଟିବଡି ସୃଷ୍ଟି କରିବା ସହ ଟି-ସେଲ୍‌କୁ ନଷ୍ଟ କରି ଦେବ ବୋଲି ଆଶା ରହିଛି। ତେଣୁ ଆଶା କରାଯାଉଛି ଯେ ଏହି ନୂଆ ଟୀକା ଭାଇରସ୍‌ ବିରୋଧରେ ଲଢ଼େଇ କରିବା ପରି ଟୀକା ହେବ।

ସମ୍ବନ୍ଧିତ ଖବର