ଶିଶୁଙ୍କ ପାଇଁ କୋଭିଡ୍‌-୧୯ ଟିକା ଗବେଷଣାରେ ଅକ୍ସଫୋର୍ଡ

ନୂଆଦିଲ୍ଲୀ : କରୋନାଭୂତାଣୁ ସଂକ୍ରମଣରେ ଶିଶୁମାନଙ୍କର ଭୂମିକା ବିଷୟରେ କୌଣସି ସ୍ପଷ୍ଟ ଜ୍ଞାନ ପ୍ରତିଷ୍ଠିତ ହୋଇ ନଥିଲେ ସୁଦ୍ଧା ଶିଶୁମାନଙ୍କ ପାଇଁ ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିକା ବାହାର କରିବାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଲାଗିପଡ଼ିଛି। ପ୍ରଥମେ ବୟସ୍କମାନଙ୍କ ପାଇଁ ପ୍ରତିଷେଧକ ଟିକା ଗବେଷଣାରେ ଶିଶୁମାନେ ସାମିଲ ନଥିଲେ। ଏବେ ୧୫ ବର୍ଷରୁ କଆ୍ ବୟସର ଶିଶୁମାନଙ୍କୁ ଲକ୍ଷ୍ୟ କରି ଗବେଷଣା ଚାଲିଛି। ଏବେ ବିଦ୍ୟାଳୟ ଓ ପ୍ରାକ୍‌ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଏ ନେଇ ପରୀକ୍ଷଣ ବିଳମ୍ବିତ ହେଉଛି। ତେବେ ବଡ଼ମାନେ ଯେତେ ସହଜରେ ଓ ଶୀଘ୍ର ସଂକ୍ରମିତ ହୁଅନ୍ତି, ସାନମାନେ ସେମିତି ସଂକ୍ରମିତ ହୁଅନ୍ତି ନାହିଁ। ତେଣୁ ବ୍ରିଟେନ୍‌ରେ ୧୫ ବର୍ଷରୁ କମ୍‌ ବୟସର ସଂକ୍ରମଣ ଜଡ଼ିତ ମୃତ୍ୟୁ ଅତି ନଗଣ୍ୟ। ତଥାପି ୫ରୁ ୧୨ ବର୍ଷର ଶିଶୁଙ୍କ ଠାରେ ପରୀକ୍ଷଣ କରିବାକୁ ବ୍ରିଟେନ୍‌ ସରକାର ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର