ଲଣ୍ଡନ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ କୋଭିଡ-୧୯ର ପ୍ରତିଷେଧକ ବା ଟୀକାର ମଣିଷ ଉପରେ ପରୀକ୍ଷଣ ଆସନ୍ତା ଏପ୍ରିଲ ୨୩ ଗୁରୁବାର ଠାରୁ ଆରମ୍ଭ ହେବ ବୋଲି ବ୍ରିଟେନ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଗତ ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏକ ସୁପରଫାଷ୍ଟ ଟୀକା ପ୍ରସ୍ତୁତି ନେଇ ପ୍ରତିଶୃତି ଦେଇ କହିଥିଲେ ଯେ, ଏହି ଟୀକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ। ଅଗ୍ରଣୀ ଗବେଷକ ପ୍ରଫେସର ସାରା ଗିଲବର୍ଟଙ୍କ ଅନୁଯାୟୀ, ସେମାନଙ୍କର 'ସିଏଚଏଡିଓଏକ୍ସ୧' ଟୀକା ଏସଏଆରସି-ସିଓଭି-୨ ନାମକ କରୋନାଭାଇରସ୍ ବିରୁଦ୍ଧରେ କାମ କରିପାରିବ |
The Economic Timesବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ ୧୦ ଡାଉନିଙ୍ଗ୍ ଷ୍ଟ୍ରିଟରେ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅକ୍ସଫୋର୍ଡ ଗବେଷକ ଦଳକୁ ସେମାନଙ୍କର କ୍ଲିନିକାଲ୍ ପରୀକ୍ଷା ପାଇଁ ପାଣ୍ଠି ଯୋଗାଇବାରେ ସରକାର ୨୦ ମିଲିୟନ୍ ପାଉଣ୍ଡ ପ୍ରଦାନ କରିବେ ଏବଂ ଇମ୍ପେରିଆଲ୍ କଲେଜ ଲଣ୍ଡନର ଗବେଷକଙ୍କ ପାଇଁ ୨୨.୫ନିୟୁତ ପାଉଣ୍ଡ ପ୍ରଦାନ କରିବେ। ରେଗୁଲେଟର ଏମଏଚଆରଏ (ମେଡିସିନ୍ ଏବଂ ହେଲଥ କେୟାର ରେଗୁଲେଟୋରୀ ଏଜେନ୍ସି) ସହିତ କାର୍ଯ୍ୟ କରି ଦଳ ସେହି ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଫଳସ୍ୱରୂପ ମୁଁ ଘୋଷଣା କରିପାରିବି ଯେ, ଅକ୍ସଫୋର୍ଡ ପ୍ରକଳ୍ପର ଏହି ଟୀକା ଗୁରୁବାର ଠାରୁ ଲୋକମାନଙ୍କୁ ଦିଆଯାଇ ପରୀକ୍ଷା ଆରମ୍ଭ ହୋଇଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y-66.jpg)