ସିପିଏସ୍‌ଇ ପରିଚାଳିତ ହସ୍‌ପିଟାଲରୁ ୭ଟିରେ ଅକ୍ସିଜେନ୍‌ ଥେରାପି ଓ ୪ଟିରେ ଆଇସିୟୁର ବ୍ୟବସ୍ଥା ରହିଛି

ନୂଆଦିଲ୍ଲୀ : ଓଡ଼ିଶାର ୧୬ଟି ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଇଣ୍ଟରପ୍ରାଇଜେସ୍‌ (ସିପିଏସ୍‌ଇ) ପରିଚାଳିତ ହସ୍‌ପିଟାଲ ମଧ୍ୟରୁ ୭ଟି ହସ୍‌ପିଟାଲରେ ଅକ୍ସିଜେନ୍‌ ଥେରାପି ଓ ୪ଟିରେ ଆଇସିୟୁର ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ କୋଭିଡ଼ ଯୋଦ୍ଧା ଡାଟାବେସ୍‌ରୁ ଏହି ତଥ୍ୟ ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁସାରେ ସେଲ୍‌ର ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲ, ତାଳଚେରରେ ଥିବା ଏନ୍‌ଟିପିସିର ହସ୍‌ପିଟାଲ, ନାଲ୍‌କୋର ଦାମନଯୋଡ଼ିସ୍ଥିତ ହସ୍‌ପିଟାଲ ଓ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ସୁନାବେଡ଼ାସ୍ଥିତ ହସ୍‌ପିଟାଲରେ ଆଇସିୟୁର ବ୍ୟବସ୍ଥା ରହିଛି। ଅପରପକ୍ଷେ ସେଲ୍‌ର ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲରେ ସର୍ବାଧିକ ୧୫ଟି, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ସୁନାବେଡ଼ାସ୍ଥିତ ହସ୍‌ପିଟାଲରେ ୪ଟି, ନାଲ୍‌କୋର ଦାମନଯୋଡ଼ିସ୍ଥିତ ହସ୍‌ପିଟାଲରେ ୨ଟି, ଏନ୍‌ଟିପିସି ଅନୁଗୁଳ ହସ୍‌ପିଟାଲରେ ୨ଟି, ଏନ୍‌ଟିପିସି ସୁନ୍ଦରଗଡ଼, ଏନ୍‌ଟିପିସି ତାଳଚେର ଓ ଏନ୍‌ଟିପିସି ଦର୍ଜିପାଲିସ୍ଥିତ ହସ୍‌ପିଟାଲରେ ଗୋଟିଏ ଲେଖାଏ ଅକ୍ସିଜେନ୍‌ ଥେରାପି ବ୍ୟବସ୍ଥା ରହିଛି।

କରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ରୂପେ ସ୍ଥାପନ କରାଯାଇଥିବା ହସ୍‌ପିଟାଲଗୁଡ଼ିକରେ ଅକ୍ସିଜେନ୍‌ ଥେରାପି ତଥା ଆଇସିୟୁର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ର ଅନୁସାରେ ଦେଶ‌ର ୪୮୩ ଜିଲ୍ଲର କରୋନା ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ୭୭୪୦ ବିଶେଷ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୪ ହଜାରରୁ ଅଧିକ ଆଇସିୟୁର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର