ଅପରାଧିକ ମାମଲାରେ ଫସିଲେ ଓୟୋ ମୁଖ୍ୟ ଓଡ଼ିଶା ଜନ୍ମିତ ରିତେଶ ଅଗ୍ରଓ୍ଵାଲ 

ଚଣ୍ଡିଗଡ଼ : ଦିନେ ଦେଶର ଷ୍ଟାର୍ଟଅପ ଗୁଡ଼ିକ ପାଇଁ ଉଦାହରଣ ପାଲଟିଥିବା ଓଡ଼ିଶା ଜନ୍ମିତ ଯୁବ ଉଦ୍ଦ୍ୟୋଗୀ ରିତେଶ ଅଗ୍ରଓ୍ଵାଲଙ୍କ ସ୍ଥାପିତ କମ୍ପାନି ଓୟୋ ହୋଟେଲ୍ସ ଏଣ୍ଡ ହୋମ୍ସ ଏବେ ଆଇନଗତ ବିବାଦରେ ଫସିଯାଇଛି । ଅନେକ ସମୟରେ ଏହି କମ୍ପାନି ବିରୁଦ୍ଧରେ ଠକେଇ ଅଭିଯୋଗ ଆସୁଛି । ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ବ୍ୟବସାୟ ମାନ୍ଦା ଥିବାବେଳେ ଅନ୍ୟପଟେ ଏସବୁ ଆଇନଗତ ମାମଲା କମ୍ପାନିକୁ ସଂକଟ ମଧ୍ୟକୁ ଠେଲିଦେଇଛି ।

ପଞ୍ଜାବର ମୋହାଲିଠାରେ ରିତେଶ ଅଗ୍ରଓ୍ଵାଲ ଓ ଓୟୋର ଲକଜୁରୀ ବ୍ରାଣ୍ଡ େଓ୍ଵଡିଙ୍ଗସର ମୁଖ୍ୟ ସଂଦୀପ ଲୋଧାଙ୍କ ବିରୁଦ୍ଧରେ ଏକ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜ୍ଜୁ ହୋଇଛି । ଚଣ୍ଡିଗଡ଼ର ଜଣେ ବିକାଶ ଗୁପ୍ତା ନାମକ ଜଣେ ବ୍ୟବସାୟୀ କମ୍ପାନି ବିରୁଦ୍ଧରେ ଏହି ମାମଲା ରୁଜ୍ଜୁ କରିଛନ୍ତି । ନିଜର ଏଫଆଇଆରରେ ସେ ଅଭିଯୋଗ କରିଛନ୍ତି ଯେ ଓୟୋ ମୁଖ୍ୟ ରିତେଶ ଓ ସଂଦୀପ ତାଙ୍କ ସହ ଚଞ୍ଚକତା କରି ଏକ ଚୁକ୍ତି କରିନେଇଛନ୍ତି । ଏଫଆଇଆର ପରେ ମୋହାଲିର ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଓୟୋ କମ୍ପାନି ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ବିକାଶ ଗୁପ୍ତାଙ୍କର ମୋହାଲିରେ ଏକ ରିଜୋର୍ଟ ଅଛି । ଏହି ରିଜୋର୍ଟରେ ବିବାଦ ସମାରୋହ ଆୟୋଜନ କରିବାକୁ ଓୟୋ ସହ ବିକାଶଙ୍କ କମ୍ପାନି କାସା ଭିଲାସ ରିଜୋର୍ଟ ସହ ମାସିକ ଦେୟ ଅନୁଯାୟୀ ଚୁକ୍ତି ହୋଇଥିଲା । କିନ୍ତୁ ପରେ ଓୟୋ ପକ୍ଷରୁ ଏହି ଅର୍ଥ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର