ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଜାମିନରେ ଜେଲ୍ରୁ ମୁକୁଳିବାପରେ ପ୍ରଥମ ଥର ପାଇଁ ଆଇନଜୀବୀ ଭାବେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭିଙ୍କ ବିରୋଧରେ ଏକ ଘରୋଇ ହିଂସା ଏବଂ ଛାଡ଼ପତ୍ର ମାମଲାରେ ଚିଦମ୍ବରମ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ଉଭୟ ସିବଲ ଏବଂ ସିଂହଭି ଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦମ୍ବରମଙ୍କ ଜାମିନ ପାଇଁ ପ୍ରତିନିଧିତ୍ବ କରିଥିଲେ। ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଚଳିତ ମାସ ୪ ତାରିଖରେ ଜାମିନରେ ଜେଲ୍ରୁ ମୁକୁଳିଥିଲେ। ଚିଦମ୍ବରମ ଏବେ ସଂସଦର ଶୀତ ଅଧିବେଶନରେ ଅଂଶଗ୍ରହଣ କରୁଛନ୍ତି।
ଜାମିନ ପରେ ପ୍ରଥମ ଥର ପାଇଁ ଆଇନଜୀବୀ ଭାବେ ହାଜର ହେଲେ ଚିଦମ୍ବରମ
/sambad/media/post_attachments/wp-content/uploads/2019/10/813507-chidambaram-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)