ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଏମ୍ସରେ ଭର୍ତ୍ତି ହେଲେ ପି.ଚିଦମ୍ବରମ୍‌

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ବେଆଇନ୍‌ ଅର୍ଥ କାରବାର ମାମଲାରେ ତିହାର ଜେଲରେ  ଥିବା କଂଗ୍ରେସ ସାଂସଦ ପି.ଚିଦମ୍ବରମ୍‌ଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏମ୍ସକୁ  ନିଆଯାଇଛି । ଶନିବାର ସଂଧ୍ୟାରେ  ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ହେବା ନେଇ ଅଭିଯୋଗ ହେବା ପରେ ଜେଲ ପ୍ରଶାସନ ତାଙ୍କୁ ଏମ୍ସ ପଠାଇ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଚିଦମ୍ବରମଙ୍କର ପୂରା ଶରୀରର ପରୀକ୍ଷା କରାଯିବ।

 P Chidambaram referred tihar jail to AIIMS after complain stomach ache
oneindia.com

ସୂଚନା ମୁତାବକ, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦମ୍ବରମ୍‌ଙ୍କୁ ଅଗଷ୍ଟ ୨୧ରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ ସେପ୍ଟେମ୍ବର ୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦମ୍ବରମ୍‌କୁ ୧୪ଦିନ ପର୍ଯ୍ୟନ୍ତ ତିହାର ଜେଲ୍‌କୁ ପଠାଇଥିଲେ । କିନ୍ତୁ ପରେ ଯାଞ୍ଚ ଏଜେନ୍ସିର କହିବା ଅନୁଯାୟୀ ଏହାର ଅବଧି ଅକ୍ଟୋବର ୩ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ବେଳେ ପରେ ପୁଣି ତାହା ଅକ୍ଟୋବର ୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଦିଲ୍ଲୀ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚିଦମ୍ବରମ୍‌ ଯାଇ ସାରିଥିଲେ ମଧ୍ୟ ତାଙ୍କୁ ଜାମିନ୍‌ ମିଳି ପାରି ନାହିଁ ।

ସମ୍ବନ୍ଧିତ ଖବର