ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଏଭଳି କଟିବ ପି.ଚିଦମ୍ବରମ୍‌ଙ୍କ ଦିନ, ଜେଲ୍‌ରେ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ ଗୁରୁବାର ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦମ୍ବରମ୍‌କୁ ୧୪ଦିନ ପର୍ଯ୍ୟନ୍ତ ତିହାର ଜେଲ୍‌କୁ ପଠାଇଛନ୍ତି । ଚିଦମ୍ବରମ୍‌ଙ୍କ ଓକିଲ କପିଲ ସିବ୍ଦଲ ଏହାକୁ ବିରୋଧ କରି କହିଥିଲେ ଯେ ସେ ଇଡି ରିମାଣ୍ଡରେ ଯିବାକୁ ରାଜିଥିବାରୁ ତାଙ୍କୁ ଜେଲକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବିଚାରପତି ଅଜୟ କୁମାର କୁହର ସିବ୍ଦଲଙ୍କ ଏହି ଯୁକ୍ତିକୁ ମାନିନଥିଲେ । ଅନୁରୋଧକୁ ଖାରଜ୍‌ କରି ରୋଜ୍‌ ଆଭେନ୍ୟୁ କୋର୍ଟ ଗୁରୁବାର ଚିଦମ୍ବରମ୍‌କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ତିହାର୍‌ ଜେଲ୍‌କୁ ପଠାଇ ଦେଇଛନ୍ତି । ସିବିଆଇ ତାଙ୍କୁ ରିମାଣ୍ଡରେ ନେଇଥିବା ବେଳେ ଆଜି ତାଙ୍କ ରିମାଣ୍ଡ ଶେଷ ହୋଇଥିଲା । ଯାହା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା ।

P Chidambaram Sent To Tihar Jail Till 19th September INX Media Case
oneindia.com

ତେବେ ୧୪ଦିନ ପର୍ଯ୍ୟନ୍ତ ତିହାର୍‌ ଜେଲ୍‌ରେ ସେ କିଭଳି ଭାବେ ନିଜର ସମୟ କଟାଇବେ ତାହା ସାମ୍ନାକୁ ଆସିଛି । ମହିଳାଙ୍କ ପ୍ରତି ଅତ୍ୟାଚାର କରିଥିବା ଅପରାଧିକୁ ତିହାର୍‌ ଜେଲ୍‌ରେ ଜେଲ୍‌ ନମ୍ବର-୭ରେ ରଖାଯାଇଥାଏ । ଏଠାରେ ଥିବା କକ୍ଷରେ ଅପରାଧିମାନେ ତଳେ ଶୋଇଥାନ୍ତି । କିନ୍ତୁ ଅପରାଧିଜଣଙ୍କ ବୃଦ୍ଧ ହୋଇଥିଲେ, ତାଙ୍କୁ କାଠ ତିଆରି ଖଟ ଦିଆଯାଇଥାଏ । କିନ୍ତୁ ଖଟ ଉପରେ କୌଣସି ଗଦି ପଡ଼ି ନଥାଏ । ଏହା ସହ ପାଶ୍ଚାତ୍ୟ ଶୌଚାଳୟର ସୁବିଧା ମଧ୍ୟ ଦିଆଯାଇଥାଏ । ସେପ୍ଟେମ୍ବର ୧୯ପର୍ଯ୍ୟନ୍ତ ପି. ଚିଦମ୍ବରମ ଜେଲ୍‌ ନମ୍ବର-୭ରେ ରହିବାକୁ ଥିବା ବେଳେ ସେ ଖାଲି ଖଟରେ ଶୋଇବା ସହ ଜେଲ୍‌ରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବେ । ଶାରୀରିକ ସମସ୍ୟା ଥିବାରୁ ନିୟମିତ ତାଙ୍କୁ ଔଷଧ ଯୋଗାଇ ଦିଆଯିବ । ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ଚିଦମ୍ବରମ୍‌ ଯଦି ଜେଲ୍‌ରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ନ ଖାଆନ୍ତି, ତେବେ ସେ ଜେଲ୍‌ କ୍ୟାଣ୍ଟିନ୍‌ରୁ ଖାଇବା ଅର୍ଡର କରି ଖାଇ ପାରିବେ ।

ସମ୍ବନ୍ଧିତ ଖବର