ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି. କେ. ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ରୂପେ ପଦନ୍ନୋତି ଦେବାକୁ ନେଇ ଚର୍ଚ୍ଚା ହେଉଛି। । ସୂଚନାନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ପି. କେ. ମିଶ୍ରଙ୍କ କାର୍ଯ୍ୟାକାଳକୁ ବୃଦ୍ଧି କରାଯିବା ସହ ତାଙ୍କ ପଦନ୍ନୋତି ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିରେ ଅମଲାତନ୍ତ୍ରର ବ୍ୟାପକ ରୂପେ ଅଦଳବଦଳ କରାଯିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏମିତିରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ରୂପେ କାର୍ଯ୍ୟ କରୁଥିବା ନୁପେନ୍ଦ୍ର ମିଶ୍ରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କର କାର୍ଯ୍ୟକାଳକୁ ଆଉ କିଛି ଦିନ ବୃଦ୍ଧି କରାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି. କେ. ମିଶ୍ରଙ୍କୁ ଏହି ଦାୟିତ୍ବ ମିଳିବାର ସମ୍ଭାବନା ରହିଛି। ୧୯୭୨ ବ୍ୟାଚ୍ର ଗୁଜରାଟ କ୍ୟାଡର ଆଇଏଏସ୍ ପି. କେ. ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ରୂପେ ୨୦୧୪ରୁ କାର୍ଯ୍ୟ କରୁଛନ୍ତି।
ପି. କେ. ମିଶ୍ରଙ୍କ ପଦନ୍ନୋତି ହେବାକୁ ନେଇ ଚର୍ଚ୍ଚା!
/sambad/media/post_attachments/wp-content/uploads/2019/06/pk-mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)