ଫତେହପୁର: ଦୁଇ ଦିନ ପୂର୍ବେ ଘରକୁ ଛୁଟିରେ ଆସିଥିବା ଜଣେ ପିଏସ୍‌ସି ଯବାନ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଫାଶୀ ଲଗାଇ ଜୀବନ ହାରିଛନ୍ତି। ନିଜ ଜୀବନ ହାରିବା ପୂର୍ବରୁ ଯବାନ ଜଣକ ସୋସିଆଲ ମିଡିଆରେ ଏକ ‘ସୁଇସାଇଡ୍‌ ନୋଟ୍‌’ ବି ଛାଡ଼ି ଯାଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ସେ ନିଜ ପତ୍ନୀ ଏବଂ ଶାଶୂଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।

Advertisment

ଲଲ‌ୌଲି ପୁଲିସ ଷ୍ଟେସନ ପରିସରର ଥିବା ଏକ ଗାଁର ବାସିନ୍ଦା ଚନ୍ଦ୍ରପାଲଙ୍କର ତିନି ପୁଅ। ସେମାନଙ୍କ ମଧ୍ୟରେ ସବୁଠାରୁ ସାନପୁଅ ଥିଲେ ନିରଞ୍ଜୁ (୨୬)। ୨୦୧୯ ମସିହାରେ ପ୍ରୟାଗର ଧୁମଙ୍ଗଞ୍ଜପିଏସ୍‌ସି ବାଟାଲିଅନ୍‌ରେ ନିରଞ୍ଜୁଙ୍କୁ କନଷ୍ଟେବଳ ଭାବରେ ପୋଷ୍ଟିଂ କରାଯାଇଥିଲା। କୁହାଯାଉଛି ଯେ ନିରଞ୍ଜୁଙ୍କ ବିବାହ ଜାନୁଆରି ୨୮ରେ ଗାଜିପୁରର ସେବ୍‌ରାମଉ ଗ୍ରାମରେ ହୋଇଥିଲା। ତାଙ୍କ ଶାଶୂଘର ଲୋକ ହମିରପୁରରେ ରହନ୍ତି।
ଗତ ଗୁରୁବାର ପିଏସ୍‌ସି ଯବାନ ଛୁଟି ନେଇ ତାଙ୍କ ଗାଁକୁ ଆସିଥିଲେ। ଏହା ପରେ ଶୁକ୍ରବାର ଦିନ ନିରଞ୍ଜୁ ତାଙ୍କ ଶାଶୂ ଘରେ ରହୁଥିବା ପତ୍ନୀଙ୍କ ସହ ନିଜ ଗାଁକୁ ଫେରିଥିଲେ। କୁହାଯାଉଛି ଯେ ପତ୍ନୀ ସହରରେ ରହିବାକୁ ଜିଦ୍ ଧରିଥିଲେ ମଧ୍ୟ ନିରଞ୍ଜୁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ସୂଚନାରୁ ପ୍ରକାଶ ଯେ ପତ୍ନୀ ରାଗରେ ଆସି ପିଏସ୍‌ସି ଯବାନଙ୍କୁ ପଚାରିଥିଲେ 'ତୁମେ କେବେ ମରିବ?' ଏହି କଥା ଯବାନଙ୍କୁ ଖୁବ୍ ବାଧିଲା। ସେ ସତକୁ ସତ ନିଜ ଜୀବନ ହାରିଦେଲେ ଓ ସୁଇସାଇଡ୍‌ ନୋଟ୍‌ରେ ପତ୍ନୀ ଓ ଶାଶୂଙ୍କ ନାମ ଲେଖି ଚାଲିଗଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଜାଫରଗଞ୍ଜର ଡିଏସପି  ପର୍ଶୁରାମ ତ୍ରିପାଠୀ କହିଛନ୍ତି ଯେ ଛୁଟିରେ ଥିବା ପିଏସସି ଯବାନ ନିଜ ଘର ନିକଟରେ ଥିବା ଗୋରୁଗୁହାଳରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।