ବେଙ୍ଗାଲୁରୁ: ‘ଦି ପବ୍ଲିକ୍ ଆଫେୟାର୍ସ ଇଣ୍ଡେକ୍ସ୍-୨୦୨୦’ (ପିଏସି) କେରଳକୁ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ ଭାବେ ସ୍ଥାନୀତ କରିଛି। ବେଙ୍ଗାଲୁରୁରେ ‘ପିଏସି’ ରିଲିଜ୍ କରିଥିବା ଏହି ରାଙ୍କିିଙ୍ଗରେ ବଡ଼ ରାଜ୍ୟ ବର୍ଗର ସବୁଠୁ ନିମ୍ନରେ ରହିଛି ଉତ୍ତର ପ୍ରଦେଶ।
ବଡ଼ ରାଜ୍ୟ ବର୍ଗରେ ପ୍ରଥମ ଚାରିଟି ରାଙ୍କରେ ଦକ୍ଷିଣ ଭାରତର ଚାରିଟି ରାଜ୍ୟ- କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ସ୍ଥାନୀତ ହୋଇଛନ୍ତି। ‘ପିଏଆଇ ଇଣ୍ଡେକ୍ସ୍ ପଏଣ୍ଟ୍’ରେ କେରଳ ୧.୩୮୮, ତାମିଲନାଡୁ ୦.୯୧୨, ଆନ୍ଧ୍ରପ୍ରଦେଶ ୦.୫୧୩ ଏବଂ କର୍ଣ୍ଣାଟକ ୦.୪୬୮ ପଏଣ୍ଟ୍ ହାସଲ କରିଛନ୍ତି।
ନେଗେଟିଭ୍ ପଏଣ୍ଟ୍ ସ୍କୋର୍ କରି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର ରାଙ୍କିିଙ୍ଗର ନିମ୍ନରେ ଅଛନ୍ତି। ସେମାନେ ଯଥାକ୍ରମେ -୧.୪୬୧, -୧.୨୦୧ ଏବଂ -୧.୧୫୮ ପଏଣ୍ଟ୍ ପାଇଛନ୍ତି।
/sambad/media/post_attachments/wp-content/uploads/2020/10/pac-ranking.jpg)
ସେହିଭଳି କ୍ଷୁଦ୍ର ରାଜ୍ୟ ବର୍ଗରେ ୧.୭୪୫ ପଏଣ୍ଟ୍ ପାଇ ଗୋଆ ପ୍ରଥମ ରାଙ୍କ ହାସଲ କରିଛି। ୦.୭୯୭ ପଏଣ୍ଟ୍ ପାଇ ମେଘାଳୟ ଏବଂ ୦.୭୨୫ ପଏଣ୍ଟ୍ ପାଇ ହିମାଚଳ ପ୍ରଦେଶ ଗୋଆ ପଛକୁ ରହିଛନ୍ତି। ଏହି ବର୍ଗରେ ନେଗେଟିଭ୍ ପଏଣ୍ଟ୍ ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି- ମଣିପୁର (-୦.୩୬୩), ଦିଲ୍ଲୀ (-୦.୨୮୯) ଏବଂ ଉତ୍ତରାଖଣ୍ଡ (-୦.୨୭୭)।
୧.୦୫ ପଏଣ୍ଟ୍ ପାଇ ସର୍ବୋତ୍ତମ ଶାସିତ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଚଣ୍ଡିଗଡ଼ ସ୍ଥାନୀତ ହୋଇଛି। ୦.୫୨ ପଏଣ୍ଟ୍ ପାଇ ପୁଦ୍ଦୁଚେରୀ ଓ ୦.୦୦୩ ପଏଣ୍ଟ୍ ପାଇ ଲାକ୍ଷାଦ୍ବୀପ ଚଣ୍ଡିଗଡ଼ ପଛକୁ ରହିଛନ୍ତି। ଦାଦର ଓ ନଗର ହାୱେଲି, ଆଣ୍ଡାମାନ, ଜମ୍ମୁ ଓ କଶ୍ମୀର ଏବଂ ନିକୋବର ତଳ ରାଙ୍କିିଙ୍ଗରେ ଅଛନ୍ତି।
ସମାନତା, ଅଭିବୃଦ୍ଧି ଓ ସ୍ଥିରତା ଆଧାରରେ ରାଜ୍ୟମାନଙ୍କର ଶାସନ ଦକ୍ଷତା ବିଶ୍ଳେଷଣ କରାଯାଇଥିଲା ବୋଲି ‘ପିଏସି’ କହିଛି। ବେଙ୍ଗାଲୁରୁସ୍ଥିତ ଏହି ଲାଭରହିତ ସଙ୍ଗଠନର ମୁଖ୍ୟ ହେଉଛନ୍ତି ‘ଇସ୍ରୋ’ର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନ୍।