କରୋନା ସଂକ୍ରମିତଙ୍କ ହାର ବଢ଼ିବା ସହିତ ଦେଶରେ ସୁସ୍ଥତା ହାର ମଧ୍ୟ ଅଧିକ ରହିଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିଚାଲିଥିବା ବେଳେ ଏମଧ୍ୟରେ ଏକ ଆଶ୍ବସ୍ତ କଲା ଭଳି କଥା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବା ସହିତ ସୁସ୍ଥତା ହାର ମଧ୍ୟ ଅଧିକ ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ। ଏହା ସହ କୋଟି କୋଟି ଲୋକ ମେ’ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ କରିଥିବା ବିଷୟରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ଦେଖିବାକୁ ଗଲେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୭୯ ହଜାର ଅତିକ୍ରମ କରି ପୁଣି ଏକ ରେକର୍ଡ ସୃଷ୍ଟି କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୭୯,୨୫୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୬୪୫ ମୃତ୍ୟୁ ରେକର୍ଡ ହୋଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୧,୮୩,୭୬,୫୨୪ ଓ ମୃତ୍ୟୁସଂଖ୍ୟା ୨, ୦୪,୮୩୨ରେ ପହଞ୍ଚିଛି।

India is in the endgame of COVID-19 pandemic: Harsh Vardhan - Medical Buyer
Medical Buyer

ତେବେ ୨୪ଘଣ୍ଟା ମଧ୍ୟରେ ୩,୭୯,୨୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ‌ଳେ ୨,୬୯,୫୦୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୧,୫୦,୮୬,୮୭୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର