ଓଡ଼ିଶାରୁ ୪୯,୩୭,୭୪୯ ଟନ୍‌ ଧାନ ସଂଗୃହୀତ

ନୂଆଦିଲ୍ଲୀ : ୨୦୨୧-୨୨ ଖରିଫ୍‌ ମାର୍କେଟିଂ ସିଜିନ୍‌ରେ ଫେବ୍ରୁଆରୀ ୨୦ ସୁଦ୍ଧା ଓଡ଼ିଶାରୁ ୪୯,୩୭,୭୪୯ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ୨୫ଟି ରାଜ୍ୟରୁ ଧାନ ସଂଗ୍ରହକୁ ନେଇ ଆଜି ତଥ୍ୟ ଜାରି କରିଛନ୍ତି। ପ୍ରଦତ୍ତ ତଥ୍ୟରେ ଏହି ସବୁ ରାଜ୍ୟମାନଙ୍କରୁ ୬୯୫,୬୬,୭୦୩ ଟନ୍‌ ଧାନ ସଂଗ୍ରହ ହୋଇଛି। ଏହା ଦ୍ବାରା ୯୪,୧୪,୬୫୭ ଚାଷୀ ଉପକୃତ ହୋଇଛନ୍ତି। ରାଜ୍ୟମାନଙ୍କରୁ ସଂଗୃହୀତ ଧାନର ଏମ୍‌ଏସ୍‌ପି ମୂଲ୍ୟ ୧,୩୬,୩୫୦.୭୪ କୋଟି ଟଙ୍କା ବୋଲି ସୂଚନା ଦିଆଯାଇଛି। ଓଡିଶାରୁ ସଂଗୃହୀତ ଧାନର ଏମ୍‌ଏସ୍‌ପି ମୂଲ୍ୟ ୯୬୭୭.୯୯ କୋଟି ଟଙ୍କା ହୋଇଥିବା ବେଳେ ୧୦,୭୦,୬୯୩ ଚାଷୀ ଉପକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର