ପଦ୍ମ ପୁରସ୍କାର ଘୋଷିତ : ସୁଷମା ସ୍ୱରାଜ, ଅରୁଣ ଜେଟଲି, ଜର୍ଜ ଫର୍ଣ୍ଣାଡେସଙ୍କ ସମେତ ୭ ଜଣ ପାଇବେ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : ୭୧ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସରକାର ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ମୋଟ ୧୪୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ,ସୁଷମା ସ୍ୱରାଜ ଓ ଅରୁଣ ଜେଟଲି (ମରଣୋତ୍ତର), କ୍ରୀଡ଼ାବିତ ଏମସି ମେରିକମ, ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, କଳା ପାଇଁ ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ୱେସ ତୀର୍ଥ ସ୍ୱାମୀଜି ।

ସେହିପରି ୧୬ ଜଣଙ୍କୁ ପଦ୍ମଭୁଷଣ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ହେଲେ ଏମ.ମୁମତାଜ ଅଲ୍ଲୀ(ଆଧ୍ୟାତ୍ମକତା) , ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍‌, ଅଜୟ ଚକ୍ରବର୍ତ୍ତୀ, ଓଡ଼ିଆ ଲେଖକ ମନୋଜ ଦାସ, ବାଳକୃଷ୍ଣ ଦୋଶି,କ୍ରିଷ୍ଣାମାଲ ଜଗନ୍ନାଥନ,ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର, ପ୍ରଫେସର ଜଗଦୀଶ ସେଠ,ପି.ଭି.ସିନ୍ଧୁ, ଶିଳ୍ପପତି ବେନୁ ଶ୍ରୀନିବାସନ । ଅନ୍ୟପକ୍ଷରେ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର