ସୁପର ମଡେଲ୍‌ ପଦ୍ମା ଲକ୍ଷ୍ମୀଙ୍କର ଚାଞ୍ଚଲ୍ୟକର ଖୁଲାସା; କହିଲେ, ‘୧୬ ବର୍ଷ ବୟସରେ ହୋଇଥିଲି ଦୁଷ୍କର୍ମର ଶିକାର’…

ନୂଆଦିଲ୍ଲୀ: ସୁପର ମଡେଲ୍‌ ତଥା ଅଭିନେତ୍ରୀ ପଦ୍ମା ଲକ୍ଷ୍ମୀ ଦୀର୍ଘ ୩୨ ବର୍ଷର ବ୍ୟବଧାନ ପରେ ତାଙ୍କ ଜୀବନରେ ଘଟିଥିବା ଏକ ଅଘଟଣ ସଂପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଗତ ମଙ୍ଗଳବାର ଦିନ ନ୍ୟୁୟର୍କ ଟାଇମସ୍‌ରେ ଲେଖିଥିବା ଏକ ଆଲେଖ୍ୟରେ ସେ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ନ୍ୟୁୟର୍କ ଟାଇମସ୍‌ରେ ପଦ୍ମା ଲକ୍ଷ୍ମୀଙ୍କର ଏହି ଆଲେଖ୍ୟ ପ୍ରକାଶ ପାଇବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ସେଦିନ ତାଙ୍କ ସହ ଘଟିଥିବା ଦୁଷ୍କର୍ମ ଘଟଣାର ସବିଶେଷ ବିବରଣୀ ଦେବାକୁ ଯାଇ ପଦ୍ମା ଲକ୍ଷ୍ମୀ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି; ‘ଏହି ଘଟଣା ଘଟିଥିଲା ଏକ ନବବର୍ଷର ପୂର୍ବ ରାତିରେ। ଏହି ଘଟଣାର କିଛିଦିନ ପୂର୍ବରୁ ଜନୈକ ଯୁବକଙ୍କ ସହ ମୋର ପ୍ରେମ ସଂପର୍କ ଆରମ୍ଭ ହୋଇଥାଏ। ସେତେବେଳକୁ ତାଙ୍କର ବୟସ ଥାଏ ୨୩। ନବବର୍ଷ ପାଳନ ଉପଲକ୍ଷେ ଆମେ ସେଦିନ ଆମେ ଏକ ହୋଟେଲରେ ଥାଉ। ମୁଁ ଅତ୍ୟନ୍ତ କ୍ଳାନ୍ତ ଥିଲି। ତାଙ୍କ କଥା ହେଉ ହେଉ ମୁଁ ଶୋଇ ପଡ଼ିଥିଲି। ତେବେ, ନିଘୋଡ଼ ନିଦ୍ରାରେ ଶୋଇଥିବାର ସୁଯୋଗ ନେଇ ସେ ସେଦିନ ରାତିରେ ମୋ ସହ ଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ମୋର କୌଣସି ପୂର୍ବ ଧାରଣା ନଥିଲା। ସେଥିପାଇଁ ଏ ସଂପର୍କରେ ମୁଁ କିଛି ଜାଣି ପାରିଲି ନାହିଁ। କିନ୍ତୁ, ସକାଳୁ ଅସହ୍ୟ ଯନ୍ତ୍ରଣାରେ ଶଯ୍ୟାତ୍ୟାଗ କରିଥିଲି। ସେଦିନ ମୁଁ ଆଦୌ ମଦ୍ୟପାନ କରି ନଥିଲି। ତଥାପି ଭାବିଲି ଏ ଘଟଣାରେ ମୋର ଭୁଲ ଅଛି। ସେଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ କାହା ସହ ଭଲରେ କଥାବାର୍ତ୍ତା ହୋଇପାରି ନଥିଲି।’

ସମ୍ବନ୍ଧିତ ଖବର