ନୂଆଦିଲ୍ଲୀ: ପଦ୍ମଶ୍ରୀ ଶିଖ୍ ଆଧ୍ୟାତ୍ମିକ ଗାୟକ ଭାଇ ନିର୍ମଳ ସିଂହ ଖଲ୍ସା (୬୭)ଙ୍କ କରୋନାରେ ମୃତ୍ୟୁ ହେବାପରେ ତାଙ୍କ ଝିଅ ବି କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ପଦ୍ମଶ୍ରୀ ନିର୍ମଳ ସିଂହଙ୍କ ଝିଅ ଜଲନ୍ଧରର ସିଭିଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେ ଜଲନ୍ଧର ଜିଲ୍ଲା ଲୋହିଆନ ଖାସ୍ ବାସିନ୍ଦା। ପଦ୍ମଶ୍ରୀ ନିର୍ମଳ ସିଂହ ବିଦେଶରୁ ଫେରିବାର କିଛିଦିନ ପରେ ଗତ ବୁଧବାର ସେ କରୋନା ସଂକ୍ରମିତ ହୋଇଥିଲେ। ଏହାର ପରଦିନ ତାଙ୍କର ମୃତ୍ୟୁ ହୋଇଗଲା। ତାଙ୍କ ଝିଅ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ପଦ୍ମଶ୍ରୀ ନିର୍ମଳଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପଂଜାବରେ ଏଯାଏଁ ୫୯ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି।
ପଦ୍ମଶ୍ରୀ ନିର୍ମଳ ସିଂହଙ୍କ ମୃତ୍ୟୁ ପରେ ଝିଅ ବି ଭାଇରସ୍ ଆକ୍ରାନ୍ତ
/sambad/media/post_attachments/wp-content/uploads/2020/04/135295-nirmal-singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)