ପୁଣେ: ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଖ୍ୟାତନାମା ଐତିହାସିକ ଓ ଲେଖକ ବାବାସାହେବ ପୁରନ୍ଦରେଙ୍କର ଆଜି ଭୋର୍ ୫.୦୭ ସମୟରେ ପୁଣେସ୍ଥିତ ‘ଦୀନନାଥ ମଙ୍ଗେସ୍କର୍ ହସ୍ପିଟାଲ୍’ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୯୯ ବର୍ଷ ବୟସ ହୋଇଥିବା ପୁରନ୍ଦରେଙ୍କୁ ‘ଲାଇଫ୍ ସପୋର୍ଟ’ରେ ରଖାଯାଇଥିଲା।
ଆଜି ପୂର୍ବାହ୍ନ ୧୦.୩୦ରେ ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
ଗାଧୁଆ ଘରେ ପଡ଼ିଯିବାରୁ ତାଙ୍କୁ ଶନିବାର ଦିନ ଡାକ୍ତରଖାନାର ‘ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ଭର୍ତ୍ତି କରାଯାଇଥିଲା।
Image Courtesy of India Todayବାବାସାହେବ ନାଁରେ ସୁପରିଚିତ ବଳବନ୍ତ ମୋରେଶ୍ବର ପୁରନ୍ଦରେ ଥିଲେ ଜଣେ ଖ୍ୟାତିସମ୍ପନ୍ନ ଲେଖକ, ଐତିହାସିକ ଏବଂ ଥିଏଟର୍ ବ୍ୟକ୍ତିତ୍ବ। ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ପର୍ଯ୍ୟବେଶିତ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା। ସେ ଶିବାଜୀ, ତାଙ୍କ ଶାସନ ଏବଂ ସେ ଅମଳର ଦୁର୍ଗଗୁଡ଼ିକ ବିଷୟରେ କେତେଗୁଡ଼ିଏ ପୁସ୍ତକ ରଚନା କରିଛନ୍ତି। ଛତ୍ରପତି ଶିବାଜୀଙ୍କ ଉପରେ ଆଧାରିତ ଜନପ୍ରିୟ ନାଟକ ‘ଜାଣତା ରାଜା’ର ସେ ଥିଲେ ନିର୍ଦେଶକ। ପ୍ରାୟ ୫ଟି ଭାଷାରେ ଅଭିନୀତ ଉକ୍ତ ନାଟକରେ ୨୦୦ରୁ ଅଧିକ ଅଭିନେତା ଅଭିନୟ କରିଥିଲେ।
୨୦୧୫ରେ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ‘ମହାରାଷ୍ଟ୍ର ଭୂଷଣ ସମ୍ମାନ’ ଏବଂ ୨୦୧୯ରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ବିଭୂଷିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/baba-sahebP.jpg)