ନୂଆଦିଲ୍ଲୀ: ପ୍ରଥମରୁ ବିବାଦରେ ଛନ୍ଦିହୋଇ ପଡ଼ିଥିବା ଚିତ୍ରନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ହିନ୍ଦି ଚଳଚ୍ଚିତ୍ର ‘ପଦ୍ମାବତ୍’ର ଶୁଭମୁକ୍ତି ପାଇଁ ସୁପ୍ରିମକୋର୍ଟ ସୁରକ୍ଷା ଯୋଗାଇଦେଇଥିଲେ ହେଁ ତଥାପି ଅନିଶ୍ଚିତତା ଜାରି ରହିଛି। ଆସନ୍ତା ୨୫ ତାରିଖରେ ସାରା ଦେଶରେ ଏହାର ରିଲିଜ୍ କରାଇବା ପାଇଁ ଚିତ୍ରନିର୍ମାଣ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ଗୁଜରାଟରେ ଏହାକୁ ନେଇ ସଦ୍ୟ ହିଂସା ଦେଖାଯାଇଛି। ଏହକୁ ବିରୋଧ କରୁଥିବା ମୁଖ୍ୟତଃ ରାଜପୁତ ସମ୍ପ୍ରଦାୟ ପକ୍ଷରୁ ଆଜି ଗାନ୍ଧୀନଗର, ମେହସନା ଏବଂ ଅହମଦାବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ବସ୍ ଜଳାପୋଡ଼ା ହୋଇଛିି। ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଦାବି କରି ଶ୍ରୀ ରାଜପୁତ କର୍ଣ୍ଣି ସେନାର ବିକ୍ଷୋଭକାରୀମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି।
ସୂଚନା ଥାଉ କି, ‘ପଦ୍ମାବତ୍’ ଉପରେ ରୋକ୍ ଲଗାଇବା ପାଇଁ କିମ୍ବା ଫିଲ୍ମଟିର ଶୁଭମୁକ୍ତି ବନ୍ଦ କରିବା ପାଇଁ କୌଣସି ରାଜ୍ୟର ଅଧିକାର ନାହିଁ ବୋଲି ଗତ ୧୮ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ପରେ ଚିତ୍ରନିର୍ମାଣ ସଂସ୍ଥା ଆଶ୍ୱସ୍ତ ହୋଇଥିଲେ। ଏଥି ସହିତ ଫିଲ୍ମ ରିଲିଜ୍ ସମୟରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବାଧ୍ୟ ବୋଲି ସୁପ୍ରିମିକୋର୍ଟ ଟିପ୍ପଣୀ କରି ସୁରକ୍ଷା ବି ଯୋଗଇଦେଇଥିଲେ। ଏପରିକି ଫିଲ୍ମଟିକୁ ସିବିଏଫ୍ସି ଦେଇଥିବା ପ୍ରଦର୍ଶନ ପ୍ରମାଣପତ୍ର ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ଗତ ୧୯ ତାରିଖରେ ଖାରଜ ହେବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଗୁରୁବାର ଫିଲ୍ମଟି ବିଭିନ୍ନ ରାଜ୍ୟରେ ଖେଳିବାରେ କିଛି ପ୍ରତିବନ୍ଧକ ନାହିଁ ବୋଲି ଧରିନିଆଯାଇଥିଲା। ମାତ୍ର ଏହା ସତ୍ତ୍ୱେ ଫିଲ୍ମଟି ଯେଉଁ ସବୁ ପ୍ରେକ୍ଷାଳୟରେ ରିଲିଜ୍ ହେବ, ସେଠାରେ ନିଅାଁ ଲାଗିବ ବୋଲି ରାଜପୁତ୍ ସମ୍ପ୍ରଦାୟ ପକ୍ଷରୁ ଧମକ ଦିଆଯାଇଥିଲା। କର୍ଣ୍ଣିସେନାର ଧମକରେ ଡରି ଗୁଜରାଟ୍ର ସମସ୍ତ ମଲ୍ଟିପ୍ଲେକ୍ସ୍ ତଥା ବହୁ ମହଲା ବିଶିଷ୍ଟ କୋଠାର ମାଲିକମାନେ ସମ୍ପୃକ୍ତ କୋଠାରେ ଥିବା ସିନେମା ହଲ୍ରେ ଫିଲ୍ମ ଚାଲିବନି ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ଆଜି ତିନି ତିନି ଜାଗାରେ ବସ୍ପୋଡ଼ି ଘଟଣା ପରେ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଗୁଜରାଟରେ ‘ପଦ୍ମାବତ୍’ ନିଆଁ
ମେହସନା, ଗାନ୍ଧୀନଗରରେ ବସ୍ ଜାଳିଦେଲେ
/sambad/media/post_attachments/wp-content/uploads/2018/01/padmavaat-protest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)