ବଢୁଛି ‘ପଦ୍ମାବତୀ’ ବିବାଦ:ଦୀପିକା ଗର୍ଜିଲେ, ଜବାବ ଦେଲେ ସ୍ୱାମୀ

ନୂଆଦିଲ୍ଲୀ : ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’ ମୁକ୍ତିଲାଭ କରିବା ପୂର୍ବରୁ ଏହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ପ୍ରତିଦିନ ଏହି ଫିଲ୍ମକୁ ନେଇ ବିବାଦ ନୂଆ ରୁପ ଧାରଣ କରୁଛି । ମଙ୍ଗଳବାର ଫିଲ୍ମର ନାୟିକା ଦୀପିକା ପାଦୁକୋନ୍‌ ଗଣମାଧ୍ୟମରେ ଏନେଇ ନିଜ ମନ୍ତବ୍ୟ ରଖିବା ପରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ଵିଟରରେ ଏହାର ଜବାବ୍‌ ରଖିଛନ୍ତି।  ମଙ୍ଗଳବାର ପଦ୍ମାବତୀକୁ ନେଇ ଉଠିଥିବା ବିବାଦ ଉପରେ   ଦୀପିକାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ।ଏହାର ଉତ୍ତର ଦେଇ ସେ କହିଥିଲେ ଯେ,ଯେଉଁ ବିବାଦ ଘେରରେ ଆମେ ପଡିଛୁ ତାକୁ ନେଇ ଚିନ୍ତା ଉପୁଜୁଛି। ଏବେ ଦେଶ କେଉଁ ଦିଗରେ ଅଗ୍ରଗତି କରୁଛି ବୋଲି ଦୀପିକା ପ୍ରଶ୍ନ କରିଛନ୍ତି।

ଆମେ ପ୍ରଗତି ମାର୍ଗରୁ ପଛେଇ ଯାଉଛେ ବୋଲି ସେ କହିଛନ୍ତି। ଦୀପିକାଙ୍କ ଏହି ବୟାନ୍‌ ପରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ଵିଟ କରି ଏହାର ଜବାବ୍‌ ଦେଇଛନ୍ତି। ସେ କହିଛନ୍ତି ଯେ, ଅଭିନେତ୍ରୀ ଦୀପିକା ପାଦୁକୋଦ ଆମକୁ ଦେଶର ପଛୁଆପଣ ସମ୍ବନ୍ଧରେ ପାଠ ପଢାଉଛନ୍ତି । ଏହାର ଅର୍ଥ ଦେଶ ତେବେ ଯାଇ ପ୍ରଗତି କରିବ ଯେବେ ତାଙ୍କ ନଜରରେ ଦେଶ ପଛେଇଯିବ । ପଦ୍ମାବତୀ ଫିଲ୍ମକୁ ନେଇ ଅନେକ ମହଲରୁ ବିରୋଧର ସ୍ୱର ଉଠୁଛି । କେଉଁଠି ରାସ୍ତାଘାଟରେ ବିରୋଧ ସୀମିତ ରହିଛି ତ ଆଉ କେଉଁଠି ପ୍ରଯୋଜକ, ନିର୍ଦ୍ଦେଶକ ଓ ଥିଏଟର ମାଲିକଙ୍କୁ ଧମକ ମିଳୁଛି । ରାଜପୁତ କରଣୀ ସେନାର ଅଭିଯୋଗ ମୁତାବକ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ର ସଂହାର କରାଯାଇଛି ଏବଂ ଏହା ସହିତ ଏତିହାସିକ ତଥ୍ୟର ବିକୃତ ଉପସ୍ଥାପନା କରାଯାଇଛି।

ସମ୍ବନ୍ଧିତ ଖବର