‘ପଦ୍ମାବତ୍‌’ ବିରୋଧରେ ସୁପ୍ରିମକୋର୍ଟରେ ଦୁଇ ରାଜ୍ୟ ସରକାର

ନୂଆଦିଲ୍ଲୀ: ଆଗାମୀ ୨୫ ତାରିଖରେ ରିଲିଜ୍‌ ହେବାକୁ ଯାଉଥିବା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ ପୁଣି ଏକ ଅସୁବିଧାରେ ଛନ୍ଦି ହୋଇଛି। ସୁପ୍ରିମକୋର୍ଟ ସମସ୍ତ ରାଜ୍ୟରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ କୁ ରିଲିଜ୍‌ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ଏହାକୁ ନିଜ ରାଜ୍ୟରେ ରିଲିଜ୍‌ ନ କରାଇବା ସପକ୍ଷରେ ଅଛନ୍ତି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସରକାର ।

ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଏହାର ରିଲିଜ୍‌ ଅନୁମତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର। ସିନେମା ଉପରେ ବ୍ୟାନ ଲଗାଯାଇ ପାରିବନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏମାନେ ଆବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମେ ପଦ୍ମାବତୀ ସିନେମାକୁ ବିରୋଧ ପରେ ଏହାର ଅନେକ ଦୃଶ୍ୟରେ ପରିବର୍ତ୍ତନ କରାଯିବା ସହ ସିନେମାର ନାଁ ବଦଳାଇ ‘ପଦ୍ମାବତ୍’ କରାଯାଇଥିଲା ।

ଆଗାମୀ ୨୫ ତାରିଖରେ ସିନେମା ରିଲିଜ କରିବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିବା ପରେ ପୁଣି ବିରୋଧ ଆରମ୍ଭ କରିଛି କରଣି ସେନା । ବିଭିନ୍ନ ସହରରେ ସିନେମାର ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ସିନେମା ରିଲିଜ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର । ସୁପ୍ରିମକୋର୍ଟ ଭାଜପା ଶାସିତ ୪ଟି ରାଜ୍ୟମାନଙ୍କରେ ପଦ୍ମାବତ୍‌ ଉପରେ ଲଗାଯାଇଥିବା ନିଷେଧାଦେଶ ଉପରେ ମଧ୍ୟ ରହିତା ଦେଶ ଜାରି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶରେ କହିଛନ୍ତି ସିନେମା ପ୍ରଦର୍ଶନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ।

photo-navbharattimes

‘ ପଦ୍ମାବତ୍‌’ ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ୍‌ ସାଲଭେ ଓ ପୂର୍ବତନ ଏଜି ମୁକଲ ରୋହତଗୀ ଲଢୁଥିଲେ । ନ୍ୟାୟାଳୟରେ ନିଷେଧାଦେଶ ଜାରି କରାଯାଇଥିବା ରାଜ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ ‘ପଦ୍ମାବତ୍‌’ରେ କେତେକ ତ୍ରୁଟିପୂର୍ଣ୍ଣ ଐତିହାସିକ ତଥ୍ୟ ରହିଛି । କିନ୍ତୁ ବିପକ୍ଷ ଆଇନଜୀବୀ ହରିଶ ସାଲଭେ ଫିଲ୍ମଟି ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା ନାମା ପ୍ରଦାନ କରାଯାଇଛି ବୋଲି ଦର୍ଶାଇଥିଲେ । ଫଳତଃ ଏଥିରେ ଇତିହାସ କଥା କେଉଁଠୁ ଆସଲା ବୋଲି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ‘ପଦ୍ମାବତ୍‌’ରେ ଦୀପିକା ପାଦୁକୋନ୍‌,ଶାହିଦ୍‌ କପୁର ଏବଂ ରଣବୀର ସିହ ମୁଖ୍ୟ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର