ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ କୁ ରିଲିଜ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଭାଜପା ଶାସିତ ୪ଟି ରାଜ୍ୟମାନଙ୍କରେ ପଦ୍ମାବତ୍ ଉପରେ ଲଗାଯାଇଥିବା ନିଷେଧାଦେଶ ଉପରେ ମଧ୍ୟ ରହିତା ଦେଶ ଜାରି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶରେ କହିଛନ୍ତି ସିନେମା ପ୍ରଦର୍ଶନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ।
‘ ପଦ୍ମାବତ୍’ ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ୍ ସାଲଭେ ଓ ପୂର୍ବତନ ଏଜି ମୁକଲ ରୋହତଗୀ ଲଢୁଥିଲେ । ନ୍ୟାୟାଳୟରେ ନିଷେଧାଦେଶ ଜାରି କରାଯାଇଥିବା ରାଜ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ ‘ପଦ୍ମାବତ୍’ରେ କେତେକ ତ୍ରୁଟିପୂର୍ଣ୍ଣ ଐତିହାସିକ ତଥ୍ୟ ରହିଛି । କିନ୍ତୁ ବିପକ୍ଷ ଆଇନଜୀବୀ ହରିଶ ସାଲଭେ ଫିଲ୍ମଟି ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା ନାମା ପ୍ରଦାନ କରାଯାଇଛି ବୋଲି ଦର୍ଶାଇଥିଲେ । ଫଳତଃ ଏଥିରେ ଇତିହାସ କଥା କେଉଁଠୁ ଆସଲା ବୋଲି କହିଥିଲେ।
/sambad/media/post_attachments/wp-content/uploads/2018/01/padmavatiNBT-image-39-300x225.jpg)
ସୁପ୍ରିମ୍କୋର୍ଟଙ୍କ ଏହି ଆଦେଶ ଫଳରେ ଏବେ ‘ପଦ୍ମାବତ୍’ , ରାଜସ୍ଥାନ, ଗୁଜୁରାଟ,ହରିଆନା ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ ‘ପଦ୍ମାବତ୍’ରେ ଦୀପିକା ପାଦୁକୋନ୍,ଶାହିଦ୍ କପୁର ଏବଂ ରଣବୀର ସିହ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଆଗାମୀ ୨୫ ତାରିଖରେ ରିଲିଜ୍ ହେବ।